fbpx
BSKY SKY
BSKY SKY

Hair Straightening ଏବଂ Smoothingରୁ ବଢ଼ିଥାଏ କ୍ୟାନ୍ସର ହେବାର ଆଶଙ୍କା: ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଲେ ୱାର୍ଣ୍ଣିଂ

BSKY

ବର୍ତ୍ତମାନ ସମୟରେ ଝିଅମାନେ କେଶରେ ବିଭିନ୍ନ ପ୍ରକାର କେଶଚର୍ଯ୍ୟା କରବାକୁ ପସନ୍ଦ କରୁଛନ୍ତି । ହେୟାର କଲରିଙ୍ଗ, ସ୍ମୁଥିଙ୍ଗ, ଷ୍ଟ୍ରେଟେନିଙ୍ଗ ଆଦି ବର୍ତ୍ତମାନ ନାରୀମାନଙ୍କର ସଉକ ପାଲଟିଛି । ତେବେ କେବଳ ଯୁବତୀମାନେ ନୁହନ୍ତି ବରଂ ପ୍ରତି ବୟସ ବର୍ଗର ମହିଳାମାନେ ଏହି ଟ୍ରିଟମେଣ୍ଟକୁ ପସନ୍ଦ କରୁଛନ୍ତି ।

ଏହା ବର୍ତ୍ତମାନ ଫ୍ୟାଶନ ଟ୍ରେଣ୍ଡର ଏକ ଅଂଶ ପାଲଟିଛି । କିନ୍ତୁ ଏ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତ କିଛି ଅଲଗା । ତେବେ ଏ ସବୁ କରିବା ଦ୍ୱାରା କିଛି ସମୟ ପାଇଁ ଆପଣଙ୍କ ମହିଳାମାନଙ୍କ ଲୁକ ବଦଳିଥାଏ । ସେମାନେ ସୁନ୍ଦର ଦେଖାଯାଇଥାଆନ୍ତି । କିନ୍ତୁ ଏହି ପ୍ରକ୍ରିୟାରେ ବ୍ୟବହାର କରାଯାଉଥିବା ପ୍ରଡକ୍ଟଗୁଡ଼ିକ କ୍ୟାନ୍ସରର ଏକ ମୁଖ୍ୟ କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କେଶକୁ ସିଲ୍କି କରିବା ପାଇଁ ବ୍ୟବହାର କରାଯାଉଥିବା ପ୍ରଡକ୍ଟକୁ ଯେତେ ସମ୍ଭବ କମ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।

ତେବେ କେଶକୁ ସିଲ୍କୀ କରିବା ପାଇଁ ବ୍ୟବହାର କରାଯାଉଥିବା ଏହି ପ୍ରଡକ୍ଟଗୁଡ଼ିକରେ ଫର୍ମାଲଡିହାଇଡ ନାମକ ଏକ କେମିକାଳ ରହିଥାଏ । ସେହିପରି କେଶକୁ ସିଦା କରିବା ପାଇଁ ବ୍ୟବହାର କରାଯାଉଥିବା ପ୍ରଡକ୍ଟ ଫର୍ମାଲଡିହାଇଡ-ରିଲିଜିଙ୍ଗ ହୋଇଥାନ୍ତି । ଏହାକିଛି ସମୟ ପାଇଁ କେଶକୁ ସିଧା କରିଥାନ୍ତି ସତ କିନ୍ତୁ ଏହା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ବଢ଼ିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏହା ସହିତ ଏଥିରୁ ପାହାରୁଥିବା ଧୂଆଁ ଯୋଗୁ ଆଖି, ନାକ, କାନ ଆଦିରେ ପୋଡ଼ାଜଳା ହୋଇଥାଏ ।

Cancer.govର ଏକ ରିପୋର୍ଟ ଅନୁଯାୟୀ, କେଶରେ ରଙ୍ଗ କରିବା ଦ୍ୱାରା ବ୍ଲାଡର କ୍ୟାନ୍ସର ହେବାର ଆଶଙ୍କା ବଢ଼ିଥାଏ । ହେୟାର ଡାଏ କରିବାର ଅଧିକାଂଶ ପ୍ରଡକ୍ଟ ହାଇଡ୍ରୋଜେନ ପେରକ୍ସାଇଡ଼ରୁ ପ୍ରସ୍ତୁତ ହୋଇଥାଏ । ତେବେ ଏହି କାରଣରୁ ମହିଳାମାନଙ୍କୁ ବ୍ଳାଡର କ୍ୟାନ୍ସର ହେବାର ସମ୍ଭାବନା ଅଧିକ ହୋଇଥାଏ ।

Get real time updates directly on you device, subscribe now.