fbpx
BJD SKY
BJD SKY

ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ କାହାର ରହିଛି? ଜାଣନ୍ତୁ କେତେ ରେଙ୍କରେ ରହିଛି ଭାରତ

BJD

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ବିଶ୍ୱ ନାଗରିକତ୍ୱ ଆର୍ଥିକ ପରାମର୍ଶଦାତା ସଂସ୍ଥା ଆର୍ଟନ କ୍ୟାପିଟାଲ(Arton Capital) ପ୍ରଥମ ତ୍ରୈମାସିକ ପାଇଁ ପାସପୋର୍ଟ ଇଣ୍ଡେକ୍ସ ଜାରି କରିଛି । ଏହି ଇଣ୍ଡେକ୍ସରେ UAEର ପାସପୋର୍ଟକୁ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବେ ବିବେଚିତ କରାଯାଇ ପ୍ରଥମ ସ୍ଥାନ ଦିଆଯାଇଛି । UAEର ପାସପୋର୍ଟର ମୋବିଲିଟି ସ୍କୋର ୧୮୦ ରହିଥିବା ବେଳେ ଏହା ସବୁଠାରୁ ଶକ୍ତିଶାଳୀ ଟ୍ରାଭେଲ ଡକ୍ୟୁମେଣ୍ଟ ହୋଇପାରିଛି । UAE ପାସପୋର୍ଟଧାରୀ ପୂର୍ବ ଭିସା ବିନା ୧୩୦ଟି ଦେଶ ଯାତ୍ରା କରିପାରିବେ । ଏହା ବ୍ୟତୀତ ଭିସା ଅନ୍ ଆରାଇଭାଲ ଯାତ୍ରୀମାନେ ୫୦ଟି ଦେଶ ଭ୍ରମଣ କରିପାରିବେ । UAEର ଏହି ପାସପୋର୍ଟ ଏତେ ଶକ୍ତିଶାଳୀ ଯେ ଉକ୍ତ ପାସପୋର୍ଟଧାରୀମାନେ ୧୨୩ଟି ଦେଶରେ ନିଃଶୁଳ୍କ ପ୍ରବେଶ କରିପାରିବେ ।

ଆର୍ଟନ କ୍ୟାପିଟାଲର କହିବାନୁଯାୟୀ UAEର ସକାରାତ୍ମକ କୂଟନୀତି ଯୋଗୁ ପାସପୋର୍ଟ ଏତେ ଶକ୍ତିଶାଳୀ ହୋଇପାରିଛି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଜର୍ମାନୀ, ସ୍ପେନ୍‌, ଫ୍ରାନ୍ସ, ଇଟାଲି ଏବଂ ନେଦରଲ୍ୟାଣ୍ଡ ଭଳି ଅନେକ ଦେଶର ମୋବିଲିଟି ସ୍କୋର ୧୭୮ ରହିଛି । ଏହି ଦେଶର ପାସପୋର୍ଟଧାରୀମାନେ ୧୭୮ ଦେଶ ଭ୍ରମଣ କରିପାରିବେ । ତୃତୀୟ ସ୍ଥାନରେ ରହିଛି ସ୍ୱିଡେନ୍‌, ଫିନଲ୍ୟାଣ୍ଡ, ଅଷ୍ଟ୍ରିଆ, ସ୍ୱିଜରଲ୍ୟାଣ୍ଡ ଏବଂ ଲକ୍‌ଜମବର୍ଗ । ଏହି ଦେଶର ପାର୍ସପୋର୍ଟଧାରୀ ୧୭୭ ଦେଶ ଭ୍ରମଣ କରିପାରିବେ । ସେହିପରି ପାସପୋର୍ଟର ଏହି ର‌୍ୟାଙ୍କି ଇଣ୍ଡେକ୍ସରେ ଭାରତ ୬୬ତମ ସ୍ଥାନରେ ରହିଛି । ଭାରତୀୟ ପାସପୋର୍ଟଧାରୀମାନେ ୭୭ଟି ଦେଶ ଭ୍ରମଣ କରିବା ସହ ୨୪ଟି ଦେଶରେ ନିଃଶୁଳ୍କ ପ୍ରବେଶ କରିପାରିବେ । ଏହି ତାଲିକାରେ ପାକିସ୍ତାନ ୪୭ ସ୍ଥାନରେ ରହିଛି ଏବଂ ପାସପୋର୍ଟଧାରୀମାନେ କେବଳ ୧୧ଟି ଦେଶ ଭ୍ରମଣ କରିପାରିବେ ।

Get real time updates directly on you device, subscribe now.