fbpx

ଫୁଲ ତୋଳିବାକୁ ନେଇ ବଚସା: ରାଗରେ ଅଙ୍ଗନବାଡ଼ି କର୍ମୀଙ୍କ ନାକ କାଟିଲେ ବଗିଚା ମାଲିକ

କର୍ଣ୍ଣାଟକ: ରାଗରେ ମଣିଷ ହିତାହିତ ଜ୍ଞାନ ହରାଇ ଅନେକ ଭୁଲ କାର୍ଯ୍ୟ କରିବସିଥାଏ । ଏପରିକି ଅନେକ ସମୟରେ କ୍ରୋଧରେ ଛୋଟ କତା ପାଇଁ ଅନେକ ବଡ଼ ପଦକ୍ଷେପ ନେଇଥାଏ । ତେବେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଲାଗୱି ଅଞ୍ଚଳରେ । ବଗିଚାରୁ ପିଲାମାନେ ଫୁଲ ତୋଳିବା କାରଣରୁ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ନାକ କାଟି ଦେଇଛନ୍ତି ବଗିଚା ମାଲିକ ।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କ ବଗିଚାରୁ କିଛି ଅଙ୍ଗନବାଡ଼ି ପିଲାମାନେ ଫୁଲ ତୋଳିଥିଲେ । ତେବେ ଏହି ଘଟଣାରେ ରାଗିଯାଇ ବ୍ୟକ୍ତି ଜଣଙ୍କ ଦାୟିତ୍ୱରେ ଥିବା ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାଙ୍କର ନାକ କାଟି ଦେଇଥିବା ଜଣାପଡ଼ିଛି । ତେବେ ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ଜଣଙ୍କ ହେଲେ ସୁଗନ୍ଧା ମୋରେ । ତେବେ ବ୍ୟକ୍ତି ଜଣଙ୍କ ପ୍ରଥମେ ଫୁଲ ତୋଳିବା କାରଣରୁ ସୁଗନ୍ଧାଙ୍କ ସହିତ ଝଗଡ଼ା କରିଥିଲେ । ପରେ ଏହି ଝଗଡ଼ା ଏତେ ଉଗ୍ର ରୂପ ନେଇଥିଲା ଯେ ଶେଷରେ ସେ ରାଗି ମହିଳାଙ୍କର ନାକ କାଟି ଦେଇଥିଲେ । ଏହା ପରେ ଅଭିଯୁକ୍ତ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ ।

ତେବେ ମହିଳାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିିଥିବା ଜଣାପଡ଼ିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି ।

Get real time updates directly on you device, subscribe now.