fbpx

ଜନ୍ମ ତାରିଖ କି ବର୍ଷ ସମାନ ନୁହେଁ ତଥାପି ଏମାନେ ଯମଜ, ଏହା କିପରି?

ନୂଆଦିଲ୍ଲୀ: ଏବେ ଏହି ଯମଜ ଶିଶୁଙ୍କୁ ନେଇ ସାରା ବିଶ୍ୱରେ ବେଶ୍ ଚର୍ଚ୍ଚା ହେଉଛି । ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଏହି ଚର୍ଚ୍ଚା କାହିଁକି? ବିଶ୍ୱରେ ତ ବହୁ ଯମଜ ଶିଶୁ ଜନ୍ମ ନେଉଛନ୍ତି । କିନ୍ତୁ ଏମାନଙ୍କୁ ନେଇ ଚର୍ଚ୍ଚା ହେବାର କାରଣ ଏମାନଙ୍କ ଜନ୍ମ ତାରିଖ ଓ ବର୍ଷ । ଏମାନେ ଯମଜ ହେଲେ ବି ଅଲଗା ତାରିଖ ଓ ବର୍ଷରେ ଜନ୍ମ ହୋଇଛନ୍ତି । ଏହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଯେ, ଯଦି ଏମାନେ ଅଲଗା ତାରିଖ ଓ ବର୍ଷରେ ଜନ୍ମ ହୋଇଛନ୍ତି ତେବେ ଏମାନେ ଯମଜ ହେଲେ କେମିତି ।

ଏହି ଯମଜ ଶିଶୁ ଆମେରିକାର ନ୍ୟୁଜର୍ସିରେ ଜନ୍ମ ନେଇଛନ୍ତି । ଯମଜ ସନ୍ତାନଙ୍କୁ ନେଇ ତାଙ୍କ ମାତାପିତା ବେଶ୍ ଖୁସି ଅଛନ୍ତି । ଦୁଇ ଶିଶୁଙ୍କ ଜନ୍ମ ନୂଆବର୍ଷ ଆଗମନ ସମୟରେ ହୋଇଛି । ସ୍କାଏ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଦମ୍ପତ କହିଛନ୍ତି ତାଙ୍କ ଘରକୁ ୨ ଶିଶୁ ପୁତ୍ର ଆସିଛନ୍ତି । ଜଣଙ୍କ ଜନ୍ମ ୩୧ ଡିସେମ୍ବର ରାତି ୧୧ଟା ୪୮ ମିନିଟ୍ ଓ ଅନ୍ୟ ଜଣଙ୍କ ଜନ୍ମ ରାତି ୧୨ଟା ୨୮ ମିନିଟ୍‌ରେ ହୋଇଛି । ଅର୍ଥାତ୍ ନୂଆବର୍ଷ ଆରମ୍ଭ ହେବା ପରେ ଅନ୍ୟଜଣେ ଜନ୍ମ ହୋଇଛି ।

ଏହି ଯମଜ ଶିଶୁଙ୍କ ଜନ୍ମ ନ୍ୟୁଜର୍ସିର ଦକ୍ଷିଣ କ୍ଷେତ୍ରରେ ଥିବା ଭର୍ଚୁଆ ବୁରହିସ୍ ହସ୍ପିଟାଲରେ ହୋଇଛି । ଏମାନଙ୍କ ଜନ୍ମ ତାରିଖ ଓ ବର୍ଷ ଅଲଗା ହେବା କାରଣରୁ ଦମ୍ପତି ବେଶ୍ ଖୁସି ପ୍ରକଟ କରିଛନ୍ତି । ଦୁଇ ଶିଶୁ ବେଶ୍ ସୁସ୍ଥ ବି ଅଛନ୍ତି । ଆହୁରି ଏକ ଆଶ୍ଚର୍ଯ୍ୟର କଥା ବଡ ପୁଅ  ଯେଉଁଦିନ ଜନ୍ମ ନେଇଛି ସେହିଦିନ ତାର ପିତା ବି ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି କଥାକୁ ନେଇ ପରିବାର ବହୁତ ଖୁସି ଅଛନ୍ତି ।

Get real time updates directly on you device, subscribe now.