ସଫଳତାର ପଥରେ ଅସଫଳତା ସାଜିଛି କି କଣ୍ଟା? ନିଜକୁ Positive ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ
ଆମକୁ ମନେ ରଖିବା ଉଚିତ ଯେ କୌଣସି ବ୍ୟକ୍ତି ପର୍ଫେକ୍ଟ ନଥାନ୍ତି। ନିଜ ଦୁର୍ବଳତାକୁ ଶକ୍ତିରେ ପରିଣତ କରନ୍ତୁ। ସଫଳତା ନିଶ୍ଚିତ ମିଳିବ।
ଓଡ଼ିଶା ଭାସ୍କର: ସଂଘର୍ଷ ହେଉଛି ଜୀବନର ଏକ ଅଂଶବିଶେଷ। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ କୌଣସି ପରୀକ୍ଷାରେ ଅସଫଳ ହେବା ଜୀବନର ଅନ୍ତ ନୁହେଁ।
କିନ୍ତୁ ଅଧିକାଂଶ ବ୍ୟକ୍ତି ଅସଫଳତାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ପରବର୍ତ୍ତୀ ମୁହୂର୍ତ୍ତରେ anxiety, ଡ୍ରିପ୍ରେସନ୍ ଭଳି ମାନସିକ ରୋଗାଗ୍ରସ୍ତ ହୋଇଥାନ୍ତି।
ଏହା ଆତ୍ମହତ୍ୟା ପ୍ରବଣତାକୁ ବୃଦ୍ଧି କରିଥାଏ। ତେବେ ଦୁର୍ବଳମନା ହୋଇ ସହଜରେ ପରାଜୟ ସ୍ୱିକାର କରିବା କୌଣସି ସମସ୍ୟାର ସମାଧାନ ନୁହେଁ।
ଜୀବନରେ ସଫଳତାର ସ୍ୱାଦ ଚାଖିବାକୁ ହେଲେ ଦୃଢ଼ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବାକୁ ପଡ଼ିଥାଏ। ସକରାତ୍ମକ ଚିନ୍ତାଧାରା ସହ ଆମେ ବିପରିତ ପରିସ୍ଥିତର ମୁକାବିଲା କରିପାରିବା।
ତେବେ ଆସନ୍ତୁ ଜାଣିବା ସଫଳତା ହାସଲ କରିବା ପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ।
୧. ଭୁଲରୁ ଶିଖିବା: କଥାରେ ଅଛି ଯେଉଁ ମଣିଷ କେବେ ଭୁଲ କରି ନାହିଁ ସେ କେବେ କିଛି ଶିଖିପାରି ନାହିଁ। ତେଣୁ ଭୁଲ କରିବା ପାଇଁ ଡରନ୍ତୁ ନାହିଁ।
ପ୍ରତ୍ୟେକ ଭୁଲ ଆପଣଙ୍କୁ କିଛି ନୂତନ ଅନୁଭୂତି ଦେଇଥାଏ। ଅବଶ୍ୟକ ହେଲେ ନିଜ ଭୁଲକୁ ଏକ ଡାଏରୀରେ ଲେଖ ରଖନ୍ତୁ ଏବଂ ଏହାକୁ ସୁଧାରିବା ଦିଗରେ କାର୍ଯ୍ୟ କରନ୍ତୁ।
୨. ଇଚ୍ଛାଶକ୍ତିକୁ ଦୃଢ଼ କରିବା: ସବୁବେଳେ ସକାରାତ୍ମକ ଚିନ୍ତାଧାରା ସହ ଦିନର ଆରମ୍ଭ କରନ୍ତୁ। ନିଜ ଇଚ୍ଛାଶକ୍ତିକୁ ଦୃଢ଼ କରିବା ପାଇଁ କୁହନ୍ତୁ ‘ହଁ, ମୁଁ କରିପାରିବି’।
ନିଜ ଉପରେ ବିଶ୍ୱାସ କରନ୍ତୁ। ନିଜ କମଫର୍ଟ ଜୋନରୁ ବାହାରି ଚ୍ୟାଲେଞ୍ଜ ସ୍ୱିକାର କରନ୍ତୁ। ଜୀବନରେ ରିସ୍କ ନେବାକୁ ଡ଼ରନ୍ତୁ ନାହିଁ।
୩. କ୍ଷମତାକୁ ଚିହ୍ନିବା: ଅଧିକାଂଶ ସମୟରେ ଦେଖାଯାଏ ଯେ ବ୍ୟକ୍ତି ଜଣଙ୍କ ବାରମ୍ବାର ଅସଫଳତାର ସାମ୍ନା କରି ନିଜକୁ ଦୁର୍ବଳ ଓ ଅକ୍ଷମ ମନେ କରିଥାଏ ।
ଆମକୁ ମନେ ରଖିବା ଉଚିତ ଯେ କୌଣସି ବ୍ୟକ୍ତି ପର୍ଫେକ୍ଟ ନଥାନ୍ତି। ସମସ୍ତଙ୍କ ମଧ୍ୟରେ କିଛି ନା କିଛି ତୃଟି ରହିଥାଏ।
ସେହି ତୃଟିକୁ ଜୀବନର କେନ୍ଦ୍ର ଭାବି ଚାଲିଲେ ପ୍ରଗତିି ହେବ ନାହିଁ । ନିଜ ଦୁର୍ବଳତାକୁ ଶକ୍ତିରେ ପରିଣତ କରନ୍ତୁ।
୪. ଲକ୍ଷ୍ୟ ଉପରେ ଫୋକସ୍: କଥାରେ ଅଛି An aimless life is a sorrowful life। ତେଣୁ ସଫଳତା ପାଇବାକୁ ହେଲେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।
ଜୀବନରେ ଏମିତି ଅନେକ କ୍ଷଣ ଆସେ ଯାହା ଆମକୁ ଲକ୍ଷ୍ୟ ପଥରୁ ବିଚ୍ୟୁତ କରିବା ପାଇଁ ଚେଷ୍ଟା କରିଥାଏ।
ତେଣୁ ଦୃଢ଼ ମନ ସହ ହାର ନ ମାନି ଚେଷ୍ଟା କରନ୍ତୁ, ସଫଳତା ନିଶ୍ଚିତ ମିଳିବ। ତେବେ ବିନା ଲକ୍ଷ୍ୟରେ ସଫଳତା ହାସଲ କରିବା ସମ୍ଭବପର ନୁହେଁ।
୫. ଆତ୍ମବିଶ୍ୱାସ ବଜାୟ ରଖନ୍ତୁ: ସବୁବେଳେ ସେହି କାମ କରନ୍ତୁ ଯେଉଁଥିରେ ଆପଣଙ୍କ ରୁଚି ରହିଛି । ଧୈର୍ଯ୍ୟର ସହ ନିଜ ମଧ୍ୟରେ ଥିବା ଦକ୍ଷତାର ବିକାଶ କରିବା ଦିଗରେ ପ୍ରୟାସ ଜାରି ରଖନ୍ତୁ।
ଏହା ଆପଣଙ୍କୁ ନୂତନ ଉର୍ଜ୍ଜା ପ୍ରଦାନ କରିବା ସହ ମନକୁ ଶାନ୍ତି ଦେଇଥାଏ। ନିଜ ପସନ୍ଦର କାର୍ଯ୍ୟ କରିବା ଦ୍ୱାରା ଆପଣ ସବୁବେଳେ ଖୁସି ରହିଥାନ୍ତି।
ନୂଆ ନୂଆ ଜିନିଷ ଶିକ୍ଷିବାରେ କୁଣ୍ଠାବୋଧ କରନ୍ତୁ ନାହିଁ। ଏହା ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଥାଏ ଏବଂ ସଫଳତାର ଶିଖରକୁ ପହଞ୍ଚାଇଥାଏ।