fbpx

(Video) ମାଛ ଶରୀରରେ ଲାଗିଛି କି ମଣିଷ ଚେହେରା? କେବେ ଦେଖି ନଥିବେ ଏଭଳି ଅଜବ ଜନ୍ତୁ

AAKASH

ନୂଆଦିଲ୍ଲୀ: ଦୁନିଆରେ ମାଛ ମାନଙ୍କର ଅନେକ ପ୍ରକାରର ପ୍ରଜାତି ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ କିଛି ମାଛର ଗଢଣୀ ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏଭଳି ମାଛଗୁଡ଼ିକର ଭିଡିଓ ଅଅନେକ ସମୟରେ ସୋସିଆଲ ମିଡିଆରେ ଭାିରାଲ ହୋଇଥାଏ । କେବେ ମଣିଷ ଦାନ୍ତଭଳି ମାଛ ଦେଖିବାକୁ ମିଳିଥାଏ ତ କେବେ ସ୍ମାଇଲ କରୁଥିବା ମାଛର ଫଟୋ ଏବଂ ଭିଡିଓ ମଧ୍ୟ ଦେଖିବାକୁ ମିଳେ । ସେହିଭଳି ଏକ ମାଛ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ମଣିଷ ଭଳି ଚେହେରା ପାଇଥିବା ଏକ ମାଛର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଏଭଳି ଅଜବ ପ୍ରଜାତିର ମାଛ ଗତ ୨୦୧୯ ମସିହାରେ ଦକ୍ଷିଣ ଚୀନର କୁନମିଙ୍ଗ ନିକଟ ଏକ ଗ୍ରାମରେ ଦେଖାଯାଇଥିଲା । ଏଠାକାର ଏକ ପୋଖରୀରେ ହଠାତ୍ ଏଭଳି ଏକ ମାଛକୁ ଦେଖିଥିଲେ ଗ୍ରାମବାସୀ । ଯାହାକୁ ଦେଖି ସେମାନେ ଚମକି ପଡ଼ିଥିଲେ । କାରଣ ଏହି ମାଛଟିର ଚେହେରା ସମ୍ପୂର୍ଣ୍ଣ ଭାବରେ ମଣିଷ ଭଳି ଥିଲା । ମଣିଷ ମୁହଁରେ ଆଖି, ନାକ ଏବଂ ପାଟି ଯେପରି ରହିଥାଏ, ଏହି ମାଛ ଚେହେରାର ଗଢଣୀ ମଧ୍ୟ ଠିକ ସେହିପରି ହୋଇଛି । ଯାହାକୁ ଦେଖି ସେଠାକାର ଲୋକେ ନିଜକୁ ହିଁ ବିଶ୍ୱାସ କରି ପାରି ନାହାନ୍ତି । ତେବେ ଜଣେ ବ୍ୟକ୍ତି ଏଭଳି ଅଜବ ପ୍ରଜାତିରର ମାଛର ଏକ ଭିଡିଓ ମୋବାଇଲରେ ରେକର୍ଡ କରି ନେଇଥିଲେ । ଯାହାକୁ ସେ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଛର ମୁଣ୍ଡରେ କିଛି କଳା ଦାଗ ରହିଛି । ଏହା ମଣିଷ ମୁହଁରେ ଆକି ଭଳି ଦେଖାଯାଉଛି । ସେହିପରି ନାକ ପାଖରେ ୨ଟି ସିଧା ଲାଇନ ରହିଛି ଏବଂ ଚେହେରାରେ ଥିବା ଗୋଟିଏ ଲମ୍ବା ଗାର ଏକଦମ୍ ମଣିଷର ମୁହଁ ଭଳି ମନେ ହେଉଛି । ତେବେ ଏହି ଭିଡିଓକୁ ସେୟାର କରି ଜଣେ ବ୍ୟକ୍ତି କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ଏହି ମାଛର ଚେହେରା ମଣିଷ ଭଳି କାହିଁକି?’ ୧୫ ସେକେଣ୍ଡର ଏହି ଭିଡିଓକୁ ସୋସିଆଲ ମିଡିଆରେ ଅନେକ ଲୋକ ଦେଖି ସାରିଥିବା ବେଳେ ହଜାର ହଜାର ୟୁଜର ଏଥିରେ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.