fbpx

ନଜର ଲାଗିବନି ବୋଲି ଶିଶୁକୁ ଲଗାଉଛନ୍ତି କି କଜ୍ଜଳ ? ହୋଇପାରେ ମସ୍ତିଷ୍କ ଓ ବୋନ୍ ମ୍ୟାରୋ ସମ୍ବନ୍ଧୀୟ ସମସ୍ୟା

ସାଧାରଣତଃ ପ୍ରତିଟି ପରିବାରରେ ଶିଶୁକୁ କଜ୍ଜଳ ଲଗାଇ ଥାଆନ୍ତି । ଶିଶୁକୁ କଜ୍ଜଳ ଲଗାଇବା ପାଇଁ ବୟୋଜ୍ୟେଷ୍ଠ ମାନେ ପରାମର୍ଶ ମଧ୍ୟ ଦେଇଥାଆନ୍ତି । ତାଙ୍କ ମତରେ ଶିଶୁକୁ କଜ୍ଜଳ ଲଗାଇବା ଦ୍ୱାରା କାହାର ନଜର ଲାଗିନଥାଏ । କିନ୍ତୁ ଶିଶୁଙ୍କୁ କଜ୍ଜଳ ଲଗାଇବା ନେଇ ବୈଜ୍ଞାନିକଙ୍କ ବଡ଼ ଖୁଲାସା । ବୈଜ୍ଞାନିକ ଓ ମେଡିକାଲ ଚିକିତ୍ସକଙ୍କ ମତରେ ଆଖିରେ କଜ୍ଜଳ ଲଗାଇବା ଦ୍ଵାରା ଅନେକ ପ୍ରକାର କ୍ଷତି ହୋଇଥାଏ ।

ଛୋଟ ପିଲାଙ୍କ ଆଖି ଖୁବ୍ ସମ୍ବେଦନଶୀଳ ହୋଇଥାଏ । ତେଣୁ ଆଜିକାଲି ବଜାରରେ କେମିକାଲ ଯୁକ୍ତ କଜ୍ଜଳ ଶିଶୁର ଚକ୍ଷୁରେ ଲଗାଇବା ଦ୍ଵାରା କ୍ଷତି ହୋଇପାରେ । କେମିକାଲ ଯୁକ୍ତ କଳାରେ ଅନେକ ମାତ୍ରାରେ ଲିଡ୍ ରହିଥାଏ । ଯାହା ଆଖି ମାଧ୍ୟମରେ ଶରୀରର ଅନ୍ୟ ଅଂଶକୁ ଯାଇ କ୍ଷତି ଘଟାଇ ଥାଏ । ଏହାଛଡା ଏହି କଳା ମସ୍ତିଷ୍କ ଓ ବୋନ୍ ମ୍ୟାରୋ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ ।

ଚକ୍ଷୁରେ କାଜଲ ଲଗାଇବା ଦ୍ୱାରା ଇନଫେକ୍ସନ ହେବା ସଙ୍ଗେ ଆଖି ନାଲି ହେବା, ଆଖିରୁ ଲଗାତାର ପାଣି ବୋହିବା ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ ।

କିଛି ଲୋକଙ୍କର ଧାରଣା ରହିଥାଏ ଘରେ ପ୍ରସ୍ତୁତ ହୋଇଥିବା କଜ୍ଜଳ ଆଖି ପାଇଁ ଉପକାରୀ । କିନ୍ତୁ ଏହି କଜ୍ଜଳ ଆଖିରେ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ଏହାକୁ ଲଗାଇବାରେ ସାବଧାନତା ରଖିବା ଉଚିତ ।

ସେହିପରି କଜ୍ଜଳ ଲଗାଇବା ସମୟରେ ଆଙ୍ଗୁଳିରେ ନଖ ନଥିବା ଜରୁରୀ । ନଚେତ ନଖ ଦ୍ୱାରା ଆଘାତ ବାଜି ଚକ୍ଷୁ ନଷ୍ଟ ହୋଇପାରେ ।

Get real time updates directly on you device, subscribe now.