fbpx
BSKY
BJD MC SKY
BJD YOUTH SKY

(VIDEO)ସତ ହେବ କି ମାଳିକା ବଚନ?୨୦୨୩ରେ ସମଗ୍ର ବିଶ୍ୱପାଇଁ ସୃଷ୍ଟି ହେବ ବିପଦ, ଘଟିବ ବଡ ଅଘଟଣ !

ଆଉ କିଛି ଦିନ ପରେ ନୂତନ ବର୍ଷ ବା ୨୦୨୩ ମସିହା ଆରମ୍ଭ ହେବ । ଯାହାକୁ ନେଇ ସମଗ୍ର ବିଶ୍ୱ ଏବେ ଖୁସି ମନାଇବାକୁ ଯାଉଛି । କରୋନା ମହାମାରୀ ସମୟରେ ବିଶ୍ୱରେ କୌଣସି ପ୍ରକାର ସାଜସଜ୍ଜା ହୋଇପାରିନଥିଲା ଯହା ଆସୁଥିବା ନୂତନ ବର୍ଷରେ ହେବ ବୋଲି ଆଶା କରାଯାଉଛି । ତେବେ ୨୦୨୩ ନୂଆବର୍ଷକୁ ନେଇ ବିଶ୍ୱବାସୀ ଅତ୍ୟନ୍ତ ଖୁସି ଅଛନ୍ତି । କିନ୍ତୁ ମାଳିକା ଅନୁସାରେ ୨୦୨୩ ମସିହା ସମଗ୍ର ବିଶ୍ୱପାଇଁ ବିପଦ ସୃଷ୍ଟି କରିବ । କହିବାକୁ ଗଲେ ଜାନୁଆରୀ ୧୭ ତାରିଖରେ ଶନି ଦେବ ନିଜ ରାଶି ପରିବର୍ତ୍ତନ କରିବେ । ଫଳରେ କିଛି ବଡ ଧରଣର ଅଘଟଣ ଘଟିବାକୁ ଯାଉଛି । ସେହପିର ଚଳିତ ଡିସେମ୍ବର ମାସରେ ମଧ୍ୟ କିଛି ବଡ ଧରଣର ଅଘଟଣ ଘଟିବ । ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ ।

ଯଦି ବାସ୍ତବିକ କଥା କୁହାଯାଏ ତେବେ କଳିଯୁଗର ୫ଶହ ବର୍ଷ ଆୟୁଶ ଶେଷ ହୋଇସାରିଛି । ୨୦୦୦ ମସିହାଠାରୁ କଳିଯୁଗ ଆୟୁଷ ଶେଷ ହୋଇଥିବା କହିଲେ କିଛି ଭୁଲ ହେବ ନାହିଁ । ବର୍ତ୍ତମାନ ଯେଉଁ ୨୨ ବର୍ଷ ଚାଲିଛି, ତାହା ଯୁଗ ପରିବର୍ତ୍ତନର ସମୟ । ତେବେ ଏ କଥାକୁ ଅନେକ ଲୋକ ବିଶ୍ୱାସ କରୁନାହାନ୍ତି । ସେମାନଙ୍କ କହିବା ଅନୁସାରେ କଳିଯୁଗର ବୟସ ୪ ଲକ୍ଷ ୩୨ ହଜାର ବର୍ଷ । ବାସ୍ତବରେ ସମାଜରେ ଏମିତି ଲୋକ ଅଛନ୍ତି ଯିଏକି କେବଳ ବିଜ୍ଞାନକୁ ବହୁତ ବିଶ୍ୱାସ କରନ୍ତି । କିନ୍ତୁ ମାଳିକାରେ କୁହାଯାଇଛି ବର୍ତ୍ତମାନ ଯାହା ଘଟୁଛି ତାହା ବିଜ୍ଞାନ ହେଲେ ଜ୍ଞାନର କୌଣସି ମହତ୍ୱ ନାହିଁ । କଳିଯୁଗ ଶେଷ ସମୟରେ ମଣିଷ ଜ୍ଞାନ ଅପେକ୍ଷା ବିଜ୍ଞାନ ଉପରେ ସଂପୂର୍ଣ୍ଣ ଭରଷା କରିବେ । ଯହା ବର୍ତ୍ତମାନ କିଛି କ୍ଷେତ୍ରରେ ସତ ହୋଇଛି ।

ମାଳିକାରେ ଲେଖାଯାଇଥିଲା ଲୋକେ ଚାଷ କରିବେ ନାହିଁ, ଭାଇ ଭାଇ ମଧ୍ୟରେ ବିବାଦ ହେବ, ଅନ୍ୟାୟ ଅତ୍ୟାଚାର ବଢିବ, ମଣିଷ ନିକଟରେ ସମ୍ପର୍କର ମୂଲ୍ୟ କିଛି ରହିବ ନାହିଁ । ଯାହା ବର୍ତ୍ତମାନ ସତ ମଧ୍ୟ ହୋଇଛି । ମାଳିକାରେ ଏହା ମଧ୍ୟ ଲେଖାଥିଲା କଳିଯୁଗରେ ଯୁଗରେ ଲୋକେ ଯନ୍ତ୍ରପାତି ସାହାଯ୍ୟରେ ସମସ୍ତ କାର୍ଯ୍ୟ କରିବେ ,ସେମାନଙ୍କୁ କିଛି କରିବାକୁ ପଡିବ ନାହିଁ । ଅନ୍ୟପଟେ ସେହି ବିଜ୍ଞାନ ହିଁ ପରମାଣୁ ବୋମା ତିଆରି କରିଛି । ଆଉ ନିଜ ଗୁଳିରେ ନିଜେ ଶୀକାର ହେବାକୁ ଯାଉଛି । ସମଗ୍ର ପୃଥିବୀ ଏଭଳି ତାଣ୍ଡବ ଦେଖିବାକୁ ଯାଉଛି ଯାହାକି ଆପଣ କେବେବି ବିଶ୍ୱାସ କରିପାରିବେ ନାହିଁ ।

ବିଜ୍ଞାନ ଆପଣଙ୍କୁ ସବୁ ସୁବିଧା ଯୋଗାଇ ଦେଉ ମରଣ ବି ମାଗଣାରେ ଯୋଗାଉଛି । ଆପଣ ଜାଣିଥିବେ ଏହି ଅନଲାଇନ ମାଧ୍ୟମରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏ ବିଷୟରେ ଆପଣ କେବେ ଚିନ୍ତା ହିଁ କରିନଥିବେ । ବର୍ତ୍ତମାନ ଯୁଗରେ ଯଦି କୁହାଯାଏ ବିଜ୍ଞାନ ଏପରି ଏକ ଜିନିଷ ଯାହା ଆପଣଙ୍କୁ ମାରିବାର ଏକ ସୁନ୍ଦର ଉପାୟ । ଏହିସବୁ ପରେ ବି ଏକଥା ଆମ ସମସ୍ତଙ୍କୁ ମାନିବାକୁ ପଡିବ ଯେ ,ମାଳିକାରେ ଲେଖାଥିଲା କଥା ସବୁ ସତ ହେଉଛି । ସେଥିରେ ଲେଖାଥିଲା ଯେ, ପ୍ରଥମେ ମୁସଲିମ ଦେଶଗୁଡିକ ଧ୍ୱଂସ ପାଇବେ । ତୁର୍କି, ଉତ୍ତର କୋରିଆ, ଦକ୍ଷିଣ କୋରିଆ, ପାକିସ୍ତାନ, ଆଫଗାନିସ୍ତାନ ଭଳି ମୁସଲିମ ଦେଶ ଗୁଡିକରେ ଭୟଙ୍କର ପରିସ୍ଥିତି ମାନ ସୃଷ୍ଟି ହେଲାଣି । ବର୍ତ୍ତମାନ ସମସ୍ତେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେଣି । ଯାହାକି ମାଳିକା ପ୍ରମାଣ କରୁଛି ।

ତେବେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ଯେଉଁ ଦୁଇଟି ଗ୍ରହଣ ଗଲା ତାପରଠାରୁ ୧୪ ଥର ଭୂମିକମ୍ପ ହୋଇସାରିଲାଣି । ସେହିପରି ୫ ଶହ ଜ୍ୱଳାମୁଖୀ ମଧ୍ୟ ବିସ୍ଫୋରଣ ହୋଇସାରିଲାଣି । କହିବାକୁ ଗଲେ ସମୟ ଆଉ ବେଶି ନାହିଁ । ଯେଉଁ ଭଳି ପରସ୍ଥିତିର ଆମେ ସାମ୍ନା କରିବାକୁ ଯାଉଛେ ତାହା ବିଶ୍ୱାପଇଁ ଅତ୍ୟନ୍ତ ଭୟଙ୍କର । କେବଳ ଦୁନିଆରେ ସେହିମାନେ ହିଁ ବଞ୍ଚିପାରିବେ ଯେଉଁମାନେ ବାସ୍ତବିକ ଧର୍ମକୁ ଆପଣାଇ ସେମାନଙ୍କର କର୍ମ କରି ଚାଲନ୍ତି ।

Get real time updates directly on you device, subscribe now.