fbpx

Dreams Meaning: ସ୍ୱପ୍ନରେ ଟଙ୍କା ଦେଖିବା ଶୁଭ ନା ଅଶୁଭ? ଦେଇଥାଏ ଏହି ଘଟଣାର ପୂର୍ବ ସଂକେତ…

ଓଡ଼ିଶା ଭାସ୍କର: ଶୋଇବା ସମୟରେ ଅନେକ ପ୍ରକାରର ସ୍ୱପ୍ନ ଦେଖାଯାଏ । ଏହିସବୁ ସ୍ୱପ୍ନ ଆମ ପ୍ରକୃତ ଜୀବନରେ ମଧ୍ୟ ଅନେକ ପ୍ରଭାବ ପକାଇଥାଏ । ତେବେ ଅନେକ ସମୟରେ ଶୋଇବା ବେଳେ ଆମେ ଟଙ୍କା-ଧନ ଇତ୍ୟାଦିର ସ୍ୱପ୍ନ ଦେଖିଥାନ୍ତି । ତେବେ ଏଭଳି ସ୍ୱପ୍ନ ଦେଖିବା ପ୍ରକୃତରେ ଶୁଭ ନା ଅଶୁଭ? ଏହି ସ୍ୱପ୍ନ ଆମକୁ କେଉଁ ପ୍ରକାର ଇସାରା ଦେଇଥାଏ? ସ୍ୱପ୍ନଶାସ୍ତ୍ରରେ ଏହିସବୁ ପ୍ରଶ୍ନର ଉତ୍ତର ରହିଛି । ସ୍ୱପ୍ନରେ ଟଙ୍କା ଦେଖିଲେ ଏହା ଆମ ଜୀବନରେ କେଉଁ ପ୍ରକାର ପ୍ରଭାବ ପଡ଼ିଥାଏ, ଆସନ୍ତୁ ଜାଣିବା…

ସ୍ୱପ୍ନରେ ଟଙ୍କା ନୋଟ୍ ଦେଖିବା: ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଯଦି କେହି ଶୋଇବା ଅବସ୍ଥାରେ ବହୁତ ଗୁଡ଼ାଏ ଟଙ୍କା ବା ନୋଟ୍ ବିଡ଼ା ଦେଖିଥାନ୍ତି, ତେବେ ,ହା ଆପଣଙ୍କୁ ଆଗକୁ ଅନେକ ଟଙ୍କା ମିଳିବାର ପୂର୍ବ ସଂକେତ ହୋଇପାରେ । ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇପାରେ । ତେଣୁ ,ହିଭଳି ସ୍ୱପ୍ନ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କହୁଛି ସ୍ୱପ୍ନ ଶାସ୍ତ୍ର । ଏଭଳି ସ୍ୱପ୍ନ ଦେଖିବାର ଅର୍ଥ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ ।

କଏନ୍ ବାଜୁଥିବାର ଶବ୍ଦ ଶୁଣିବା: ଯଦି ସ୍ୱପ୍ନରେ ଅନେକଗୁଡ଼ାଏ କଏନ୍ ବାଜୁଥିବାର ଶବ୍ଦ ଶୁଣାଯାଏ, ଏହା ମଧ୍ୟ ଆପଣଙ୍କ ପାଇଁ ଖୁବ ଶୁଭ ବୋଲି କୁହାଯାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଏହି ସ୍ୱପ୍ନ ସୁନା-ଧନ ଇତ୍ୟାଦିର ବୃଦ୍ଧିକୁ ସଂକେତ ଦେଇଥାଏ ।

ସ୍ୱପ୍ନରେ ପୁଳା ପୁଳା ଟଙ୍କା ଦେଖିବା: ଯଦି ଆପଣଙ୍କ ସ୍ୱପ୍ନରେ ଆପଣଙ୍କୁ ପୁଳା ପୁଳା ଟଙ୍କା ଦେଖାଯାଏ, ତେବେ ଏହା ଆପଣଙ୍କ ପାଇଁ ବେଶ୍ ଶୁଭ ସଂକେତ ହୋଇଥାଏ । ଏଥିରୁ ସଂକେତ ମିଳିଥାଏ ଯେ, ଖୁବଶୀଘ୍ର ଆପଣଙ୍କ ଅଟକିଥିବା ଧନ ଫେରସ୍ତ ମିଳିପାରେ । ଏହି ସ୍ୱପ୍ନ ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ ହେବାର ପୂର୍ବ ସଂକେତ ବୋଲି କହୁଛି ସ୍ୱପ୍ନ ଶାସ୍ତ୍ର ।

ସ୍ୱପ୍ନରେ କଏନ୍ ଦେଖିବା: ସ୍ୱପ୍ନରେ ଟଙ୍କା କଏନ୍ ଦେଖିବା ସବୁଠାରୁ ଅଶୁଭ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଏଭଳି ସ୍ୱପ୍ନ ଖର୍ଚ୍ଚାନ୍ତ ଏବଂ ରୋଗର ପୂର୍ବଭାଷ ହୋଇପାରେ । ଏହି ସ୍ୱପ୍ନ ଆଗକୁ ଆସୁଥିବା ସମସ୍ୟାର ସଂକେତ ହୋଇପାରେ ବୋଲି ସ୍ୱପ୍ନଶାସ୍ତ୍ରରେ କୁହାଯାଇଛି ।

Get real time updates directly on you device, subscribe now.