fbpx

ସାବଧାନ୍! Password ବିନା ଆପଣଙ୍କ ଗୁଗଲ ଆକାଉଣ୍ଟ ଖୋଲିପାରିବେ ହ୍ୟାକର: ଜାଣନ୍ତୁ ଏହି Trick

ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ ଦୁନିଆରେ ଲୋକଙ୍କ ପାଇଁ ସୁବିଧା ଯେତେ ବଢୁଛି, ସମସ୍ୟା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଅନଲାଇନରେ ସବୁଠୁ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି ସାଇବର କ୍ରାଇମ । ପ୍ରତିଦିନ ସାଇବର କ୍ରିମିନାଲ ଇଣ୍ଟରନେଟ ୟୁଜରଙ୍କ ପ୍ରାଇଭେସି ତଥ୍ୟକୁ ହ୍ୟାକ କରିବା ପାଇଁ ନୂଆ ଉପାୟ ଖୋଜିବାରେ ଲାଗିଛନ୍ତି । ଏବେ ଏମିତି ଏକ ଉପାୟ ଖୋଜିଛନ୍ତି, ଯେଉଁଥିରେ ଗୁଗଲ ଆକାଉଣ୍ଟର ପାସୱାର୍ଡ ବିନା ଏହାକୁ ସେମାନେ ବ୍ୟବହାର କରିପାରିବେ । ପାସୱାର୍ଡ ରିସେଟ୍ କରିଲେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ସାଇବର କ୍ରିମିନାଲ ।

ସାଇବର କ୍ରାଇମର ଏହି ନୂଆ ଟେକନିକ ୟୁଜରମାନଙ୍କ ପାଇଁ ବଡ଼ ବିପଦ ହୋଇପାରେ । ଏବେ ୟୁଜରମାନଙ୍କ ଅଧିକାଂଶ ପ୍ରାଇଭେସି ଡାଟା ପ୍ରାୟତଃ ଗୁଗଲ ଆକାଉଣ୍ଟରେ ରହିଥାଏ । ତେବେ ହ୍ୟାକର୍ସ ବିନା ପାସୱାର୍ଡରେ ଗୁଗଲ ଆକାଉଣ୍ଟ ବ୍ୟବହାର କରିପା ରିଲେ ଏହା ସାରା ବିଶ୍ୱର ୟୁଜରମାନଙ୍କ ଡାଟା ବିପଦରେ ପଡ଼ିପାରେ । ରିପୋର୍ଟ ଅନୁସାରେ, ଥାର୍ଡ ପାର୍ଟି କୁକିଜରେ ସମସ୍ୟା ଯୋଗୁଁ ୟୁଜରମାନଙ୍କ ଗୁଗଲ ଆକାଉଣ୍ଟର ଆକ୍ସେସ ହ୍ୟାକର୍ସଙ୍କୁ ମିଳିପାରେ । ତେବେ ୱେବସାଇଟ ଏବଂ ବ୍ରାଉଜର୍ସ ଦ୍ୱାରା ୟୁଜର୍ସମାନଙ୍କୁ ଟ୍ରାକ କରିବା ଏବଂ ସେମାନଙ୍କ ଆବଶ୍ୟକ ଅନୁସାରେ ବିଜ୍ଞାପନ ଦେଖାଇବା ପାଇଁ ଥାର୍ଡ ପାର୍ଟି କୁକିଜର ବ୍ୟବହାର କରାଯାଇଥାଏ । କିନ୍ତୁ ବର୍ତ୍ତମାନ ଏହି ଥାର୍ଡ ପାର୍ଟି କୁକିଜ ୟୁଜରମାନଙ୍କ ପ୍ରାଇଭେସୀ ପାଇଁ ବିପଦ ପାଲଟିଛି ।

ଏହାବ୍ୟତୀତ ଗୁଗଲ କୁକିଜକୁ ବ୍ୟବହାର କରି ପାସୱାର୍ଡ ସେଭ୍ କରି ରଖିଥାଏ, ଫଳରେ ପରବର୍ତ୍ତୀ ସମୟରେ ଏହାକୁ ଲଗ୍ ଇନ୍ କରିବା ପାଇଁ ପୁଣିଥରେ ପାସୱାର୍ହ ଦେବାକୁ ପଡ଼ିନଥାଏ । କିନ୍ତୁ ହ୍ୟାକର୍ସ ୨-ଫ୍ୟାକ୍ଟର ଅଥଣ୍ଟେିକେସନକୁ ବାଇପାସ କରିବାର ଉପାୟ ଖୋଜି ବାହାର କରିନେଇଛନ୍ତି । ଯଦି ଜଣେ ୟୁଜର ପାସୱାର୍ଡ ରିସେଟ ବି କରି ନିଅନ୍ତି, ତେବେ ଏହି ଟେକନିକ ବଳରେ ହ୍ୟାକର ୟୁଜରଙ୍କ ଗୁଗଲ ଆକାଉଣ୍ଟ ବ୍ୟବହାର କରିବାକୁ ସମର୍ଥ ହୋଇପାରିବେ । ଏହା ଆଗାମୀ ଦିନରେ ସାଇବର ଦୁନିଆରେ ଆସୁଥିବା ମହାବିପଦକୁ ଇସାରା କରିଛି ।

କିପରି ବଞ୍ଚିବେ?

ଏଭଳି ଏକ ବିପଦରୁ ରକ୍ଷା ପାଇବା ପାଇଁ ମଧ୍ୟ ଗୁଗଲ ୟୁଜରମାନଙ୍କୁ ରାସ୍ତା ଦେଖାଇଛି । ଗୁଗଲ କହିଛି ଯେ, ୟୁଜରମାନେ ଏଭଳି ଏକ ବିପଦରୁ ନିଜକୁ ରକ୍ଷା ପାଇବା ପାଇଁ ନିଜ ସିକ୍ୟୁରିଟି ସିଷ୍ଟମକୁ ଲଗାତାର ଭାବରେ ଅପଗ୍ରେଡ କରନ୍ତୁ । ୟୁଜରମାନଙ୍କ ଶକ୍ତିଶାଳୀ ସିକ୍ୟୁରିଯି ପାଇଁ ନୂଆ ଜ୍ଞାନକୌଶଳ ମଧ୍ୟ ବ୍ୟବହାର କରାଯାଉଛି । ଗୁଗଲ କ୍ରୋମ ବ୍ରାଉଜର ପାଇଁ ଥାର୍ଡ ପାର୍ଟି କୁକିଜକୁ ବ୍ଲକ କରିବା ପାଇଁ ଘୋଷଣା କରିସାରିଛି । ଆଗାମୀ କିଛି ଦିନରେ ଏହାର ଫାଇଦା ପାଇପାରିବେ ୟୁଜର ।

Get real time updates directly on you device, subscribe now.