fbpx

ବିସିସିଆଇ ଅଧ୍ୟକ୍ଷ ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା!! କଲେ ଏମିତି ଟ୍ୱିଟ

Advertisement

ନୂଆଦିଲ୍ଲୀ: ନିଜ ଟ୍ୱିଟର ପେଜରେ ନିଜ କ୍ୟାରିୟରକୁ ନେଇ ଏକ ଟ୍ୱିଟ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଯାହାକୁ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । ଏପରିକି ଦାଦା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଲାଣି । ତେବେ ଏହା ଉତ୍ତର ନେଇ ମୁହଁ ଖୋଲିଛନ୍ତି ବୋର୍ଡ ସମ୍ପାଦକ ଜୟ ଶାହ ।

ଚଳିତ ବର୍ଷରେ କ୍ରିକେଟ ସହ ଗାଙ୍ଗୁଲିଙ୍କ ସମ୍ପର୍କକୁ ୩୦ ବର୍ଷ ପୂର୍ତ୍ତି ଅବସରରେ ଏକ ଟ୍ୱିଟ କରିଛନ୍ତି । ଏଥିରେ ସେ ନିଜ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେବା ସହିତ କ୍ରିକେଟରୁ ଅନେକ କିଛି ପାଇଥିବା ସେ ପ୍ରକାଶ କରିଛନ୍ତି । ଏଥିସହ ଏଇଠୁ ଜୀବନର ଆଉ ଏକ ନୂଆ ଚାପ୍ଟର ଆରମ୍ଭ କରୁଛି ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି । ତେଣୁ ପ୍ରଶଂସକମାନଙ୍କୁ ସେ ସହଯୋଗ ମଧ୍ୟ ମାଗିଛନ୍ତି । ତେବେ ତାଙ୍କର ଏହି ଟ୍ୱିଟ ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ଅନେକ ୟୁଜର୍ସ ତାଙ୍କର ଏହି ଟ୍ୱିଟକୁ ନେଇ ଆଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ଏପରିକି ସେ ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ମଧ୍ୟ ସୋସିଆଲ ମିଡିଆରେ ବ୍ୟାପିଗଲାଣି । ଯାହା ଫଳରେ ତାଙ୍କର ଅନେକ ପ୍ରଶଂସକଙ୍କ ଆଖିରେ ଲୁହ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏହାର ପ୍ରକୃତ ଉତ୍ତର ସାମନାକୁ ଆଣିଛନ୍ତି ବୋର୍ଡର ସମ୍ପାଦକ ଜୟ ଶାହ । ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇ ନଥିବା ସେ ସ୍ପଷ୍ଟ କରିଛନ୍ତି । ଜୟ ଶାହଙ୍କ ଏହି ସୂଚନା ପରେ ଫ୍ୟାନ୍ସମାନଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି । ତେବେ ଏହି ଘଟଣଶ ପରେ ଆଗକୁ କଣ ଘଟିବାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.