fbpx

ଏହି ଲକ୍ଷଣରୁ ଜାଣି ପାରିବେ ଶରୀରରେ କାମ କରୁଛି କି ନାହିଁ କରୋନା ଭ୍ୟାକସିନ୍ !

ନୂଆଦିଲ୍ଲୀ ୩୦ ।୪ (ଓଡ଼ିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । କରୋନାର ଭାଇରସରୁ ବଞ୍ଚିବା ପାଇଁ ଭ୍ୟାକସିନ୍ ଲାଗାଯାଉଛି । ଏଥିରେ ହେଉଥିôବା କିଛିଟା ପ୍ରତିକ୍ରିୟା ଲାଗି ଲୋକମାନେ ଭୟ କରୁଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏଥିରେ ଭୟ କରିବାରେ କିଛିନାହିଁ । ଏହି ପ୍ରତିକ୍ରିୟା ଯୋଗୁ ଆମେ ଜାଣିପାରିବା କି ଭ୍ୟାକସିନ୍ ଶରୀରରେ ନିଜର କାମ କରିପାରୁଛି । ଆମେରିକାର ମହାମାରୀ ବିଶେଷଜ୍ଞ ଏବଂ ମୁଖ୍ୟ ମେଡିକାଲ ପରାମର୍ଶଦାତା ଆନ୍ଥୋନି ଫାଉଚି ଆମେରିକାର ଏକ ନ୍ୟୁଜ୍ ଚେନାଲ ଏମଏସଏନବିସିକୁ ନିଜର ସାକ୍ଷାତକାରରେ କହିଛନ୍ତି ଯେ, ଯେତେବେଳେ ଭ୍ୟାକସିନ୍ ଦିଆଯାଇଥାଏ ଟିକେ ଯନ୍ତ୍ରଣା ଅନୁଭୂତ ହୋବା ସହିତ ଥଣ୍ଡା ମଧ୍ୟ ଲାଗି ଥାଏ । ଏଥିରୁ ଜଣାପଡେ କି ଆପଣଙ୍କର ଇମ୍ୟୁନିଟ୍ ସିଷ୍ଟମ ଜରୋରେ କାମ କରିବା ଆରମ୍ଭ କରିଦିଏ ।

ଫାଉଚିଙ୍କ କହିବା ଅନୁସାରେ ଭ୍ୟାକସନର ଦ୍ୱିତୀୟ ଡୋଜ ନେବା ପରେ ଥକାପଣ, ଶରୀରର ଯନ୍ତ୍ରଣା ହେବା ଏବଂ ଥଣ୍ଡା ଲାଗିବା ଅନୁଭୂତ ହୋଇଥାଏ । ଡୋଜ ନେବାର ଗୋଟା ଦିନ ପରେ ଏହାର ଲକ୍ଷଣ ସବୁ ଛାଡି ଯାଇଥାଏ । ଭ୍ୟାକସିନ୍ ଲଗାଇବା ପରେ କେତେକ ଲୋକଙ୍କର ହାତ ଲାଲ୍ ପଡିଯାଇଥାଏ । ଏହାର ଅର୍ଥ ଭ୍ୟାକସିନ୍ ସଠିକ୍ ଦିଗରେ କାମ କରୁଛି । ଯଦି ଭ୍ୟାକସିନ୍ ନେବା ପରେ ହାତ ଫୁଲି ଯାଉଛି,ଥକା ଏବଂ ଜର ଅନୁଭୂତ ହେଉଛି ତେବେ ତରଳ ଖାଦ୍ୟ ଖାଇବା ସହିତ ଆରମ କରନ୍ତୁ । ଏହାସହ ଫୁଲି ଯାଇଥିବା ହାତରେ ଥଣ୍ଡା ପାଣିପଟି ଦେଇପାରନ୍ତି । ଭ୍ୟାକସିନ୍ ଲଗାଇବା ପରେ ଯଦି କିଛି ପ୍ରତିକ୍ରିୟା ନ ହେଉଛି ଭ୍ୟାକସିନ୍ କାମ କରୁ ନାହିଁ ବୋଲି ଭାବିବା ଭୁଲ ଧାରଣା ଅଟେ ।

Get real time updates directly on you device, subscribe now.