fbpx

୩୦ ହଜାର ଲୋକଙ୍କୁ ସାହଯ୍ୟ କଲେ ଅର୍ଜୁନ କପୁର ଏବଂ ଭଉଣୀ ଅଂଶୁଲା

ମୁମ୍ବାଇ ୩୦ା୪ : କରୋନା ମହାମାରୀ ଦେଶରେ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୁପ ନେବାରେ ଲାଗିଛି । ବର୍ତ୍ତମାନ ଦେଶର ଜନସାଧାରଣ କରୋନା ସଂକ୍ରମଣକୁ ନେଇ ହନ୍ତସନ୍ତ ହେଉଛନ୍ତି । ଦେଶର ଏପରି ଜରୁରୀକାଳୀନ ପରିସ୍ଥିତିରେ ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ଅଂଶୁଲା କପୁର ୧ କୋଟି ଟଙ୍କା ଦାନ କରିଛନ୍ତି । ସେ ଏହି ଟଙ୍କା ଅନଲାଇନ୍ ସେଲିବ୍ରିିଟି ଫଣ୍ଡ ପ୍ଲାଟ୍ ଫର୍ମ ଫ୍ୟାନକାଇଣ୍ଡ ଜରିଆରେ ଦେଇଛନ୍ତି । ଏହାଦ୍ୱାରା ପ୍ରାୟ ୩୦ ହଜାର ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚାଇପାରିଛନ୍ତି ।

ତେବେ ଏହି ସମ୍ପର୍କରେ ଅର୍ଜୁନ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ଦୁଃଖରେ ବୁଡି ରହିଛନ୍ତି । ଆଉ ଏଥିରୁ ଆମକୁ ଆଗକୁ ବଢ଼ିବାକୁ ହେଲେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦରକାର । ତେଣୁ ମୁଁ ଫ୍ୟାନକାଇଣ୍ଡ ଜରିଆରେ ଲୋକଙ୍କୁ ସାହାଯ୍ୟ କରୁଛି । ଆଉ ମୋତେ ଖୁସି ଲାଗୁଛି ଯେ, ଏହି ଭଳି ସମୟରେ ମୁଁ ୧ କୋଟି ଟଙ୍କା ଏକାଠି କରିପାରିଛି । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଏହି ପ୍ଲାଟଫର୍ମକୁ ଗଢ଼ିବା ପାଇଁ ଜୀବନର ସବୁ ଟଙ୍କା ବିନିଯୋଗ କରିଦେଇଛି । ଆଉ ମୁଁ ଏଥିପାଇଁ ଗର୍ବ କରୁଛି ଯେ, ଏହାଦ୍ୱାରା କିଛି ଶ୍ରମିକ ଏବଂ ଅଭାବୀ ଲୋକମାନଙ୍କୁ ସାହଯ୍ୟ କରିପାରିଛି । ଏହି ଆଧାରରେ ଲୋକମାନଙ୍କୁ ଏକ ମାସର ରାସନ ସାମଗ୍ରୀ ଦିଆଯାଇଛି ଏବଂ ପ୍ରବାସୀ ଶ୍ରମିକଙ୍କୁ କିଛି ଟଙ୍କା ମଧ୍ୟ ଦିଆଯାଇଛି । ଏଥିସହିତ କରୋନାଠାରୁ ରକ୍ଷା ପାଇଁ ହାଇଜିନ୍ କିଟ୍ ମଧ୍ୟ ବଣ୍ଟନ କରାଯାଇଛି । ଏମିତି କରିକି ମୋତେ ଆଜି ବହୁତ ଖୁସି ମିଳିଛି ।

Get real time updates directly on you device, subscribe now.