fbpx

ହିନ୍ଦୀ ମାତ୍ରା ଲେଖିବାରେ ଭୁଲ କରୁଛନ୍ତି କି ପିଲା? ଏପରି ଶିଖାନ୍ତୁ କେବେ କରିବେନି ଭୁଲ

ନୂଆଦିଲ୍ଲୀ : ଭାରତରେ ବ୍ୟବହାର ହେଉଥରବା ଭାଷା ଗୁଡିକ ମଧ୍ୟରେ ହିନ୍ଦୀ ଏକ ସାଧାରଣ ଅଟେ । ଦକ୍ଷିଣ ଇଣ୍ଡିଆରେ ହିନ୍ଦୀ ଭାଷାର ବହୁଳ ବ୍ୟବହାର କରାଯାଏ । ଭାରତର ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ବର୍ତ୍ତମାନ ହିନ୍ଦୀର ଭାଷା ବ୍ୟବହାର କରାଯାଏ । କିନ୍ତୁ ଆଜିକା ପିଲାମାନେ ଇଂରାଜୀ ଭାଷା ସହ ଅଧିକ ପରିଚିତ ଅଛନ୍ତି । ଏହି ପରିସ୍ଥିତିରେ ହିନ୍ଦୀ ଶିଖିବା ପାଇଁ କେତେକ ପିଲାଙ୍କ ପାଇଁ ସମସ୍ୟା ହୋଇଗଲାଣି । ଯଦି ଆପଣଙ୍କ ପିଲା ହିନ୍ଦୀ କହିବା ଅଥବା ଲେଖିବାରେ ଭୁଲ କରୁଛି, ତେବେ ପିଲାଙ୍କୁ ହିନ୍ଦୀ ଶିଖେଇବା ପାଇଁ ଏହି ଉପାୟ ଆପଣାନ୍ତୁ ।

ହିନ୍ଦୀରେ କଥାବାର୍ତ୍ତା ହୁଅନ୍ତୁ : ଆପଣ ଯଦି ଛୁଆଙ୍କ ଆଖପାଖରେ ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି, ତେବେ ଏହାକୁ ଦେଖି ସେମାନେ ହିନ୍ଦିରେ କଥା ହେବା ପାଇଁ ପ୍ରୋତ୍ସାହିତ ହେବେ । ସବୁ ବେଳେ ହିନ୍ଦୀରେ କଥା ହେବା ପାଇଁ ଚେଷ୍ଟା କରିବେ ଯାହାଫଳରେ କି ପିଲାମାନେ ତାହାକୁ ଦେଖି ହିନ୍ଦୀରେ କଥା ହେବାର ଶିଖିବେ ।

ଠିକ ଭାବରେ କୁହନ୍ତୁ : ଯଦି ଆପଣ ପିଲାଙ୍କ ସହ ହିନ୍ଦୀରେ କଥାବାର୍ତ୍ତା ହେଉଛନ୍ତି ତେବେ ସେହି ସମୟରେ ଧ୍ୟାନ ରଖିବେ ଯେ, ଆପଣଙ୍କ କହିବାରେ ଯେପରି କିଛି ଭୁଲ ନହୁଏ । ଏପରି କରିବା ଦ୍ୱାରା ଛୁଆମାନେ ଠିକ ଶବ୍ଦ ଶିଖନ୍ତି ଏବଂ ଠିକ ଭାବରେ ଲେଖନ୍ତି ।

ବାରମ୍ବାର ଲେଖାନ୍ତୁ : ଛୁଆ ଯଦି ଲେଖିବା ବେଳେ ମାତ୍ରାରେ ଭୁଲ କରୁଛି, ତେବେ ପିଲାକୁ ହିନ୍ଦୀ ଶିଖେଇବାର ସବୁଠାରୁ ଭଲ ଉପାୟ ହେଉଛି ଲେଖିବା । ବାରମ୍ବାର ଲେଖିବା ଦ୍ୱାରା ପିଲାଙ୍କର ଲେଖାରେ ସୁଧାର ଆସିବା ସହ କହିବାରେ ମଧ୍ୟ ଆଉ କୌଣସି ଭୁଲ ହେବ ନାହିଁ । ଏପରି କରିବା ଦ୍ୱାରା ପିଲାଙ୍କ ଭୁଲ ସୁଧୁରି ଯିବ ।

Get real time updates directly on you device, subscribe now.