fbpx

ଜଳବାୟୁ ପରିବର୍ତ୍ତନକୁ ସାମ୍ନା କରିବା ଲାଗି ବ୍ରିଟେନର ବଡ ଘୋଷଣା, ଗ୍ରୀନ କ୍ଲାଇମେଟ ଫଣ୍ଡକୁ ଦେବେ ୨ ବିଲିୟନ ଡଲାର

ନୂଆଦିଲ୍ଲୀ:ଏବେ ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତାରେ । ଏବେ ଏହି ସମସ୍ୟାର ସମାଧାନ ଲାଗି ଭାରତ ଓ ବ୍ରିଟେନ ଏକ ହୋଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି୨୦ ଶିଖର ସମ୍ମିଳନୀ ସମାପନ ଦିବସରେ ଘୋଷଣା କରିଛନ୍ତି କି ସେ ଜଳବାୟୁ ସହାୟତା ଲାଗି ପ୍ରତିବଦ୍ଧ । ଏଥିପାଇଁ ସେ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡକୁ ୨ ବିଲିୟନ ଡଲାର ପ୍ରଦାନ କରିବେ ।
ଭାରତରେ ବ୍ରିଟିଶର ଉଚ୍ଚାୟୁକ୍ତ କହିଛନ୍ତି, ଜି୨୦ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ସୁନକ ସମସ୍ତ ରାଷ୍ଟ୍ରନେତାଙ୍କୁ ଡିସେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱ ଜଳବାୟୁ ସମ୍ମିଳନୀ COP28  ପୂର୍ବରୁ ଜଳବାୟୁ ଉପରେ ଏକ ସଙ୍ଗେ କାମ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଏକଜୁଟ ହୋଇ କାମ କଲେ ଦେଶମାନଙ୍କରେ କାର୍ବନ ଉତ୍ସର୍ଜନକୁ କମ୍ କରାଯାଇପାରିବ । ଏହା ସହିତ ଜଳବାୟୁ ପରିବର୍ତ୍ତନ ପରିଣାମକୁ ସାମ୍ନା କରିବା ଲାଗି ଦୂର୍ବଳ ଅର୍ଥବ୍ୟବସ୍ଥାକୁ ସହଯୋଗ କରିପାରିବା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ରୁଷି ସୁନକ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ସମାଧାନ କରିବା ଲାଗି ଗଠିତ ଗ୍ରୀନ କ୍ଲାଇମେଟ ଫଣ୍ଡକୁ ୨ ବିଲିୟନ ଡଲାର ପ୍ରଦାନ କରିଛନ୍ତି । ଏହି ଅର୍ଥ ରାଶି ବ୍ରିଟେନ ଦ୍ୱାରା କରାଯାଇଥିବା ସବୁଠାରୁ ଅଧିକ ଫଣ୍ଡିଂ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ୧୯୪ ଦେଶକୁ ନେଇ ଏହି ଗ୍ରୀନ କ୍ଲାଇମେଟ ଫଣ୍ଡ ଗଠନ କରାଯାଇଛି ଓ ଏହାର ମୁଖ୍ୟ କାର୍ଯ୍ୟାଳୟ କୋରିଆରେ ରହିଛି । ଏହି ଫଣ୍ଡ ବିଭିନ୍ନ ବିକଶିତ ଦେଶକୁ ଫଣ୍ଡ ଯୋଗାଇ କାର୍ବନ ଉତ୍ସର୍ଜନ କମ୍ କରିବା ଦିଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରୋଜେକ୍ଟକୁ ସହାୟତା କରିଥାଏ ।

Get real time updates directly on you device, subscribe now.