fbpx

ରାଜଧାନୀ ପରେ ବାଲେଶ୍ୱରରେ ବୁଲିଲା ଖଣ୍ଡା, ଦେଶୀ ମଦ ବେପାରୀଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ମଦ ମାଫିଆ

ଓଡିଶା ଭାସ୍କର; ରାଜଧାନୀ ପରେ ବାଲେଶ୍ୱରରେ ବି ଦିନ ଦିପ୍ରହରରେ ବୁଲିଲା ଖଣ୍ଡା । ବାଲେଶ୍ଵର ଜିଲ୍ଳା ସୋର ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ସୋର ଥାନା ଆଇସଫେକ୍ଟ୍ରି ଛକରେ ଥିବା ଦେଶୀ ମଦ କାଉଣ୍ଟର ଆଗରେ ଦେଶୀ ମଦ ବେପାରୀଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ମଦ ମାଫିଆ ।

ଏହି ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାର କାରଣ ଜଣାପଡି ନଥିବା ବେଳେ ବେଆଇନ ଦେଶୀ ମଦ ବେପାରୀଙ୍କ ଏରିଆ ଭାଗ ବଣ୍ଟା ହୋଇ ନପାରିବାରୁ ଏପରି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.