fbpx
BJD SKY
BJD SKY

ତୀରନ୍ଦାଜ ବିଶ୍ୱକପ୍‌ରେ ପ୍ରଥାମେଶ ଜାୱକର ଜିତିଲେ ରୌପ୍ୟ, ଦ୍ୱିତୀୟ ଭାରତୀୟ ଭାବେ ହାସଲ କଲେ ଏହି ସଫଳତା

BJD

ନୂଆଦିଲ୍ଲୀ: ତୀରନ୍ଦାଜ ବିଶ୍ୱକପ୍‌ରେ ଭାରତକୁ ପୁଣି ମିଳିଛି ସଫଳତା । ରବିବାର ମେକ୍ସିକୋରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଭାରତର ପ୍ରଥାମେଶ ଜାୱକର(୨୦) ଡେନମାର୍କ ପ୍ରତିଯୋଗି ମାଥିସ୍ ଫୁଲରଟନ୍ ଙ୍କ ଠାରୁ ଶୁଟ୍‌-ଅଫ୍‌ରେ ସାମାନ୍ୟ ଦୂରତା ପାଇଁ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଛନ୍ତି । ରୌପ୍ୟ ପଦକ ପାଇ ଦ୍ୱିତୀୟ ପୁରୁଷ ତୀରନ୍ଦାଜ ଭାବରେ ଏହି ସଫଳତା ପାଇଛନ୍ତି ।

ଉଭୟ ପ୍ରଥାମେଶ ଏବଂ ଫୁଲରଟନ୍ ଶେଷ ରାଉଣ୍ଡ ସହିତ ସମାନ ପଏଣ୍ଟ(୧୪୮)ରେ ରହିଥିଲେ । ମ୍ୟାଚ୍ ଡ୍ର ହେବାରୁ ଶୁଟ୍‌-ଅଫ୍‌କୁ ଯିବାକୁ ପଡ଼ିଥିଲା । ଏଠାରେ କିନ୍ତୁ ଫୁଲର୍ଟନ କୌଣସି ତ୍ରୁଟି ନକରି ସମ୍ପୁର୍ଣ୍ଣ ୧୦ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ଶୂଟ୍‌-ଅଫ୍‌ରେ ମଧ୍ୟ ଉଭୟ ଖେଳାଳି ୧୦ ପଏଣ୍ଟ ହାସଲ କରିଥିଲେ, କିନ୍ତୁ ଫୁଲରଟନ୍ ଙ୍କ ଶଟ୍ ପ୍ରଥାମେଶଙ୍କ ଅପେକ୍ଷା ଅଧିକ କେନ୍ଦ୍ରକୁ ଥିବାରୁ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ।

ସେମିଫାଇନାଲରେ ପ୍ରଥାମେଶ ୧୫୦-୧୪୯ ନେଦରଲ୍ୟାଣ୍ଡର ମାଇକ୍ ସ୍କେ୍ଲାସରଙ୍କଠାରୁ ବିଜୟୀ ହୋଇଥିବାବେଳେ ଫୁଲରଟନ୍ ୨୦୧୫ ରୌପ୍ୟ ପଦକ ବିଜେତା ଅଭିଷେକ ଭର୍ମାଙ୍କୁ ପରାସ୍ତ କରିଥିଲେ । ଅନ୍ୟପଟେ ମହିଳା ବର୍ଗରେ ଭାରତକୁ ନିରାଶ ହେବାକୁ ପଡ଼ିଛି । ବିଶଯବ ଚାମ୍ପିୟନ ଆଦିତି ଗୋପିଚାନ୍ଦ ସ୍ୱାମୀ ଏବଂ ଜ୍ୟୋତିକା ବେନମ କ୍ୱାଟର ଫାଇନାଲରେ ପରାଜୟର ସାମ୍ନା କରିଥିଲେ ।

Get real time updates directly on you device, subscribe now.