fbpx

ଆପଣ ଖାଉଥିବା Paracetamol ନକଲି ନୁହେଁ ତ? ଟେଷ୍ଟରେ ଫେଲ ମାରିଲା 53 ଔଷଧ, ଦେଖନ୍ତୁ ଲିଷ୍ଟ…

ଓଡ଼ିଶା ଭାସ୍କର: ଶରୀର ଅସୁସ୍ଥ ହେଲେ, ଆମେ ଅନେକ ସମୟରେ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଦୋକାନରୁ ଔଷଧ ଆଣି ଖାଇଦେଉ । ବିଶେଷ କରି Paracetamol ଔଷଧ ପ୍ରତି ଘରେ ବ୍ୟବହାର କରାଯାଏ । ଶରୀର ପୀଡ଼ା କିମ୍ବା ଜ୍ୱର ହେଲେ ଏହି ବଟିକା ଖାଇବାକୁ ଔଷଧ ଦୋକାନୀ ମାନେ କହିଥାନ୍ତି । କିନ୍ତୁ ଏହା ପ୍ରକୃତରେ ଅସଲି ନା ନକଲି, ଜାଣିଛନ୍ତି କି? ସେହିପରି ମାର୍କେଟରେ ବର୍ତ୍ତମାନ ନକଲି ଭିଟାମିନ୍ ଔଷଧ ମଧ୍ୟ ବିକ୍ରି ହେଉଛି । ବର୍ତ୍ତମାନ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡସ କଣ୍ଟ୍ରୋଲ ତରଫରୁ ହୋଇଥିବା ଯାଞ୍ଚରେ ଦେଶର ମୋଟ ୫୩ ଔଷଧ ଫେଲ ମାରିଛନ୍ତି । ଏହି ତାଲିକାରେ ବିଭିନ୍ନ ଭିଟାମିନ୍ ଔଷଧ ମଧ୍ୟ ସାମିଲ ରହିଛି ।

ସୂଚନା ଅନୁସାରେ, କିଛି ଔଷର ଗୁଣାବତ୍ତା ଜାଣିବା ପାଇଁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡସ କଣ୍ଟ୍ରୋଲ ତରଫରୁ ଏକ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚରେ ଭାରତର ୫୩ଟି ଔଷଧ ଫେଲ ହୋଇଛି । ଏହି ତାଲିକାରେ ଘରେ ଘରେ ବ୍ୟବହାର ହେଉଥିବା ପାରାସିଟାମଲ ଏବଂ ଭିଟାମିନ୍ ଔଷଧ ମଧ୍ୟ ସାମିଲ ରହିଛି । CDSCO ନିଜର ନୂଆ ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି ଆଲର୍ଟ ତାଲିକାରେ ଏହି ୫୩ଟି ଔଷଧର ନାମ ସାମିଲ କରିଛି । ଏହି ତାଲିକାରେ ଭିଟାମିନ C, D3, ଶେଲକାଲ 500, ଭିଟାମିନ୍ କମ୍ପେଲକ୍ସ ଇତ୍ୟାଦି ଏହି ଯାଞ୍ଚରେ ଫେଲ ହୋଇଛନ୍ତି । ସେହିପରି ଭିଟାମିନ୍ C ସଫ୍ଟଜେଲ, ଆଣ୍ଟାସିଡ ପାନ୍‌-ଡି, ପାରାସିଟାମଲ 500mg, ଡାଇବେଟିର ଔଷଧ ଗ୍ଲିମେପିରାଇଡ ଏବଂ ଉଚ୍ଚ ରକ୍ତଚାପର ଔଷଧ ଟେଲ୍ମିସେରଟେନ୍ ଇତ୍ୟାଦିକୁ ସାମିଲ କରିଛି CDSCO ।

ଏହାବ୍ୟତୀତ ପେଟ ଖରାପ ବେଳେ ଆମେ ଖାଉଥିବା ମେଟ୍ରୋନିଡେଜୋଲ ମଧ୍ୟ ଏହି ଟେଷ୍ଟରେ ଫେଲ ହୋଇଛି । CDSCO ଏହି କ୍ୱାଲିଟି ଟେଷ୍ଟରେ ଫେଲ ହୋଇଥିବା ଔଷଧ ମାନଙ୍କର ୨ଟି ତାଲିକା ଜାରି କରିଛି ।ପ୍ରଥମ ତାଲିକାରେ ୪୮ଟି ଔଷଧ ନାମ ରହିଥିବା ବେଳେ ଦ୍ୱିତୀୟ ଲିଷ୍ଟରେ ୫ଟି ଔଷଧର ନାମ ରହିଛି । ଦ୍ୱିତୀୟ ତାଲିକାରେ ଥିବା ଔଷଧ ମାନଙ୍କର ନାମ ସହିତ ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀର ଉତ୍ତର ମଧ୍ୟ ସାମତିଲ କରିଛି CDSCO । ତେବେ ଏହି ପ୍ରଡକ୍ଟର ବ୍ୟାଚ୍ କମ୍ପାନୀ ପ୍ରସ୍ତୁତ କରି ନ ଥିବା ବେଳେ ଏହି ଔଷଧ ନକଲି ବୋଲି ସ୍ପଷ୍ଟ କରିଛନ୍ତି କମ୍ପାନୀ ।

ଆଣ୍ଟିବାୟୋଟିକ୍ସ, ସୁଗାର, ବ୍ଲଡ ପ୍ରେସର, ଭିଟାମିନ ଔଷଧ ଇତ୍ୟାଦି ଟେଷ୍ଟରେ ଫେଲ ହୋଇଛନ୍ତି । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭିନ୍ନ ଔଷଧ ଉପରେ ବ୍ୟାନ୍ ଆଦେଶ ଜାରି କରିଥିଲେ । ଏହି ଔଷଦରେ ଥିବା ସଲ୍ଟର କମ୍ବିନେସନ୍ ରୋଗୀର ଶରୀରରେ ଖରାପ ପ୍ରଭାବ ପକାଉଥିବା କୁହାଯାଇଥିଲା ।

Get real time updates directly on you device, subscribe now.