fbpx

ଅନନ୍ୟାଙ୍କ ଘରେ ଫୁଲତୋଡ଼ା ଧରି ପହଞ୍ଚିଲେ ଇଶାନ୍ ଖଟ୍ଟର୍, ଟ୍ରୋଲ୍ସ କହିଲେ- ‘ଏନସିବି ଆଗରେ ମୋ ନାଁ ନନେବା ପାଇଁ କହିଲ’

ମୁମ୍ବାଇ: ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଏବେ ଏନସିବି ଘେରରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଆର୍ଯ୍ୟନଙ୍କ ସହିତ ଡ୍ରଗ୍ସ ସେବନ କଥାକୁ ନେଇ କରିଥିବା ଚାଟ୍ କୁ ନେଇ ଏବେ ଏନସିବି ଅନନ୍ୟାଙ୍କୁ ଗୁଡେଇ ତୁଡେଇ ଜେରା କରୁଛି । ଏହା ମଧ୍ୟରେ ସେ ତିନିଥର ଏନସିବିର ପ୍ରଶ୍ନବାଣର ସାମନା କରିସାରିଲେଣି । ହେଲେ ଅନନ୍ୟାଙ୍କ ବିରୋଧରେ କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିପାରି ନାହିଁ । କିନ୍ତୁ ଡ୍ରଗ୍ସକୁ ନେଇ ଅନନ୍ୟା ଓ ଆର୍ଯ୍ୟନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା ଚାଟ୍ ରୁ ସଫା ସଫା ଜଣାପଡ଼ିଛି । ଜେରା ସମୟରେ ଅନନ୍ୟା ଡ୍ରଗ୍ସ ନେବା କଥାକୁ ସଫା ସଫା ଖଣ୍ଡନ କରିଛନ୍ତି । ସେ ଡ୍ରଗ୍ସ ସେବନ କରନ୍ତି ନାହିଁ ବୋଲି ଏନସିବି ଅଧିକାରୀଙ୍କୁ କହିଛନ୍ତି । ତେବେ ଲଗାତର ତିନି ଦିନ ଲଗାତର ଜେରା ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଇଶାନ୍ ଖଟ୍ଟର୍ ନଜର ଆସିଛନ୍ତି ।

ଭିଡିଓକୁ ନେଇ ସୋସିଆଲ ମିଡିଆରେ ବଲିଉଡ୍ ଅଭିନେତା ଇଶାନ ଖଟ୍ଟର୍ ଖୁବ୍ ଟ୍ରୋଲ୍ ହେଉଛନ୍ତି । ତେବେ ଉକ୍ତ ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଇଶାନ୍ ଏକ ଫୁଲତୋଡା ଦୋକାନରେ ଠିଆ ହୋଇଛନ୍ତି ଓ ଫୁଲବାଲା ଏକ ବୁକେକୁ ସଜାଡୁଛି । ଏହାପରେ ଇଶାନ୍ ବୁକେ କୁ ନେଇ ଗାଡ଼ିରେ ବସୁଛନ୍ତି ଓ ଅନନ୍ୟାଙ୍କ ବିଲ୍ଡିଂ ଆଡକୁ ଯାଉଛନ୍ତି । ଲଗାତର ତିନିଦିନ ଏନସିବିର ଜେରା ପରେ ଅନନ୍ୟାଙ୍କ ଖାସ୍ ବନ୍ଧୁ ଇଶାନ୍ ଖଟ୍ଟର୍ ତାଙ୍କୁ ଦେଖାକରିବାକୁ ତାଙ୍କ ଘରେ ପହଞ୍ଚିଥିଲେ । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ବିରଲ ଭୟାନୀ ସେୟାର୍ କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି ।

 

View this post on Instagram

 

A post shared by Viral Bhayani (@viralbhayani)

ତେବେ ଏହି ଭିଡିଓକୁ ଦେଖିବା ପରେ କିଛି ଲୋକ ଏହାକୁ ଅସଲ ପ୍ରେମ ବୋଲି ନାଁ ଦେଇଛନ୍ତି । ଅନ୍ୟପଟେ କିଛି ୟୁଜର୍ ଇଶାନ୍ ଙ୍କୁ ଥଟ୍ଟା କରୁଥିବା ଦେଖିବାକୁ ମିଳିଛି । ଜଣେ ୟୁଜର୍ କହିଛନ୍ତି ଯେ, “କହିବାକୁ ଯାଇଥିଲେ ଡ୍ରଗ୍ସ ମାମଲାରେ ମୋ ନାଁ ନେବେନି ” । ସେହିପରି ଅନ୍ୟ ଜଣେ ୟୁଜର୍ କହିଛନ୍ତି, “ୟାର୍ ତ କ୍ୟାରିୟର୍ ହିଁ ନାହିଁ, ଏନସିବି କଣ ସମାପ୍ତ କରିବ” । ଏପରି ଅନେକ କଥା କହି ଟ୍ରୋଲ୍ କରିଛନ୍ତି ୟୁଜର୍ସ ।

Get real time updates directly on you device, subscribe now.