fbpx

ଆସନ୍ତା ନଭେମ୍ବରରେ ଗ୍ଲୋବାଲି ଲଞ୍ଚ ହେବ ‘PUBG: New State’, Android ଓ iOSରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ‘ପବଜୀ: ନ୍ୟୁ ଷ୍ଟେଟ’ ଗେମକୁ ଆସନ୍ତା ନଭେମ୍ବର ୧୧ ତାରିଖରେ ଗ୍ଲୋବାଲି ଲଞ୍ଚ କରାଯିବ । ଆଣ୍ଡ୍ରଏଡ ଓ ଆଇଓଏସ ସ୍ମାର୍ଟଫୋନରେ ୨୦୦ରୁ ଅଧିକ ଦେଶରେ ଏହା ଉପଲବ୍ଧ ହେବ । ‘ପବଜୀ: ନ୍ୟୁ ଷ୍ଟେଟ’ ୧୭ଟି ଅଲଗା ଅଲଗା ଭାଷାରେ ପରବର୍ତ୍ତୀ ଜେନେରେସନର ମୋବାଇଲ ଗେମ ପାଇଁ ଫ୍ରି-ଟୁ-ପ୍ଲେ ରୂପରେ ଲଞ୍ଚ କରାଯିବ । ଏନେଇ ଦକ୍ଷିଣ କୋରିଆ ଗେମ ଡେଭଲପର କ୍ରାଫ୍ଟନ ପକ୍ଷରୁ ଘୋଷଣା କରାଯାଇଛି ।

ବ୍ୟାଟଲ ରୟାଲ ଗେମ୍ସର ସୁପର ସଫଳତା ପରେ କମ୍ପାନୀ ବର୍ତ୍ତମାନ ଏକ ଘରୋଇ ନାମରେ ପରିଣତ ହୋଇଯାଇଛି । କ୍ରାଫ୍ଟନ ନିକଟରେ ବ୍ୟାଟଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ଜାରି କରିଥିଲା, ଯାହାକୁ ଅଧିକାଂଶ ଲୋକ ପବଜୀ ମୋବାଇଲ ଇଣ୍ଡିଆର ଦେଶୀ ଭର୍ସନରେ ଦେଖିବାକୁ ପାଇଥିଲେ । ତେବେ ପ୍ରାଇଭେସି କାରଣରୁ ଭାରତ ସରକାର ଗତ ୨୦୨୦ ମସିହା ସେପ୍ଟେମ୍ବରରେ ଏହାକୁ ବ୍ୟାନ କରିଦେଇଥିଲେ । ବ୍ୟାଟଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆକୁ ପବଜୀ ମୋବାଇଲ ଇଣ୍ଡିଆ ପ୍ରେମୀଙ୍କ ଠାରୁ ଜବରଦସ୍ତ ରେସପନ୍ସ ମିଳିଥିଲା । ଭାରତରେ ପବଜୀ ନ୍ୟୁ ଷ୍ଟେଟ ପାଇଁ ପ୍ରି-ରେଜିଷ୍ଟର କରିପାରିବେ । ଏଥିପାଇଁ ଗୁଗଲ ପ୍ଲେରେ ପ୍ରି-ରେଜିଷ୍ଟ୍ରେସନ ଅପ୍ସନରେ କିମ୍ବା ଆପ ଷ୍ଟୋରେ ପ୍ରି-ଅର୍ଡର ଅପ୍ସନ ଉପରେ କ୍ଲିକ କରିବାକୁ ପଡ଼ିଥାଏ । ଅଫିସିଆଲ ଭାବେ ଏହା ଲଞ୍ଚ ହେବା ପରେ ଗେମ୍ ଡାଉନଲୋନ୍ ପ୍ରକ୍ରିୟା ଉପଲବ୍ଧ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.