fbpx

ଭାରତରୁ ବିଦାୟ ନେଲା citi bank, କିଣିବା ରେସରେ ଏଚଡିଏଫସି, ଆକ୍ସିସ୍, କୋଟାକ ମହିନ୍ଦ୍ରା ଓ ଇଣ୍ଡସଇଣ୍ଡ

ନୂଆଦିଲ୍ଲୀ: ଆମେରିକାର ମଲ୍ଟିନ୍ୟାସନାଲ ବ୍ୟାଙ୍କ ସିଟି ବ୍ୟାଙ୍କ ଭାରତରୁ ବିଦାୟ ନେଇଛି । ତେଣୁ ବ୍ୟାଙ୍କର ବିଜିନେସକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ୟାଙ୍କର ଡେଡଲାଇନ୍ ଗତ ଅକ୍ଟୋବର ୨୨ ତାରିଖରେ ସମାପ୍ତ ହୋଇଯାଇଛି । ତେବେ ବ୍ୟାଙ୍କର ଅପରେସନକୁ କିଣିବା ରେସରେ ରହିଛନ୍ତି ଏଚଡିଏଫସି, ଆକ୍ସିସ, କୋଟାକ ମହିନ୍ଦ୍ରା ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ।

ତେବେ ଉପରୋକ୍ତ ସମସ୍ତ ବ୍ୟାଙ୍କ ବ୍ୟତୀତ ଡିବିଏସ୍ ବ୍ୟାଙ୍କ ଏହାକୁ କିଣିବା ପାଇଁ ଆଗ୍ରହୀ ଥିବା କିଛିଦିନ ପୂର୍ବରୁ ସୂଚନା ଦେଇଥିଲା । ତେବେ ଡିବିଏସ୍ ବ୍ୟାଙ୍କ ସିଟି ବ୍ୟାଙ୍କର ନିଲାମ ପ୍ରକ୍ରିୟାରେ ସାମିଲ ହୋଇନଥିବା ଜଣାପଡ଼ିଛି । ନିଜର ଗ୍ରାହକଙ୍କ ସଂଖ୍ୟାରେ ଦ୍ରୁତ ଅବନତି ଘଟିବା କାରଣରୁ ବ୍ୟାଙ୍କ ଭାରତ ଛାଡ଼ିବା ନିଷ୍ପତ୍ତି ନେଇଛି । ଯଦି କୌଣସି ବଡ଼ ବ୍ୟାଙ୍କ ସହ ସିଟି ବ୍ୟାଙ୍କର ସମ୍ମିଶ୍ରଣ କରାଯାଏ, ତେବେ ଲୋନ ଓ ଡିପୋଜିଟ କ୍ଷେତ୍ରରେ ୩-୬ ପ୍ରତିଶତ ବୃଦ୍ଧି ପାଇବ । ତେବେ କୋଟାକ ମହିନ୍ଦ୍ରା ଓ ଇଣ୍ଡସଇଣ୍ଡ ବ୍ୟାଙ୍କକୁ ଏହି ଡିଲରେ ବେନିଫିଟ୍ ମିଳିବ ବୋଲି କୁହାଯାଉଛି । ବର୍ତ୍ତମାନ ସିଟି ବ୍ୟାଙ୍କର ୨୬ ଲକ୍ଷ କ୍ରେଡିଟ କାର୍ଡ ୟୁଜର୍ସ ରହିଥିବାରୁ ଏହାସହ ମିଶିଲେ କୋଟାକ ଓ ଇଣ୍ଡସଇଣ୍ଡର କଷ୍ଟମର ବେସ୍ ଡବଲ୍ ହୋଇଯିବ । ସେଭିଂ ଡିପୋଜିଟରେ କୋଟାକରେ ୩୦ ପ୍ରତିଶତ ଓ ଇଣ୍ଡସଇଣ୍ଡରେ ୬୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିବ । ସିଟି ବ୍ୟାଙ୍କ ଭାରତ ସମେତ ୧୩ଟି ଦେଶରୁ ନିଜର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇସାରିଛି । ୧୧୯ ବର୍ଷ ପୂର୍ବରୁ ଅର୍ଥାତ ୧୯୦୨ରେ ସିଟି ବ୍ୟାଙ୍କ ଭାରତରେ ପ୍ରଥମ ଥର କୋଲକତାରେ ଅପରେସନ ଆରମ୍ଭ କରିଥିଲା ।

Get real time updates directly on you device, subscribe now.