fbpx
BJD SKY
BJD SKY

ବଡ଼ ଖବର; ହମାସ ରକେଟ ଆକ୍ରମଣରେ ଭାରତୀୟ ମହିଳା ଆହତ

BJD

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇସ୍ରାଏଲରେ ଥିବା ଜଣେ ଭାରତୀୟ ମହିଳା ହମାସ ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ସମସ୍ତ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆହତ ମହିଳା ହେଉଛନ୍ତି ୪୧ ବର୍ଷୀୟ ଶୀଜା ଆନନ୍ଦ। କେରଳ ରାଜ୍ୟ କନ୍ନୁର ଜିଲ୍ଲାର ଶ୍ରୀକାନ୍ତପୁରମର ଭାଲାକାଇରେ ତାଙ୍କ ଘର ବୋଲି ଜଣାପଡିଛି । ସେ ଦୀର୍ଘ ୭ ବର୍ଷ ହେବ ଇସ୍ରାଏଲ୍‌ରେ ବାସ କରିଆସୁଥିଲେ । ଇସ୍ରାଏଲ୍‌ରେ ସେ ଜଣେ ନର୍ସ ଭାବେ କାର୍ୟ୍ୟରତ ଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ସୁରକ୍ଷିତ ଥିବା କୁହାଯାଉଛି। କେରଳ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଶନିବାର ମଧ୍ୟାହ୍ନରେ ସେ ରକେଟ ଆକ୍ରମଣରେ ଆହତ ହୋଇଥିଲେ। ଏହି ଘଟଣା ସମୟରେ ସେ ଭାରତରେ ଥିବା ତାଙ୍କ ସ୍ୱାମୀଙ୍କ ସହ ଭଡ଼ିଓ କଲ୍ ଯୋଗେ କଥା ହେଉଥିଲେ ଏବଂ ହଠାତ୍‌ ଗୋଟାଏ ପ୍ରଚଣ୍ଡ ବିସ୍ଫୋରଣ ଶୁଭିଲା ଓ ଫୋନ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲା।

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ, ଶନିବାର ପ୍ରତ୍ୟୁଷରେ ଇସ୍ରାଏଲ୍‌ ଉପରେ ହମାସ୍‌ ଆକ୍ରମଣ କରିବା ବେଳେ ଶୀଜା ନିରାପଦ ଥିଲେ। ଏନେଇ ସେ ଭାରତରେ ଥିବା ତାଙ୍କ ପରିବାରବର୍ଗଙ୍କୁ ଫୋନ୍‌ କରି କହିଥିଲେ । ପରେ ପରେ ସେ ପୁଣି ଥରେ ତାଙ୍କ ସ୍ୱାମୀଙ୍କ ପାଖକୁ କଲ୍‌ କଲେ। ହଠାତ୍‌ ଗୋଟାଏ ପ୍ରଚଣ୍ଡ ବିସ୍ଫୋରଣ ଶୁଭିଲା ଓ ଫୋନ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲା। ପରେ ଆଉ ଜଣେ କେରଳୀ ଶୀଜାଙ୍କ ପରିବାରବର୍ଗଙ୍କୁ ସୂଚନା ଦେଲେ ଯେ, ଶୀଜା ଆହତ ‌ହୋଇଛନ୍ତି ଓ ତାଙ୍କର ଅସ୍ତ୍ରୋପଚାର ଚାଲିଛି। ଆଉ ଏକ ଅସ୍ତ୍ରୋପଚାର ଲାଗି ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ନିଆଯିବ। ପରେ ସବିଶେଷ ତଥ୍ୟ ପାଇ ପରିବାର ଲୋକେ ଶୀଜା ଆହତ ହୋଇଥିବା ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଇସ୍ରାଏଲ୍‌ରେ କେରଳ ରାଜ୍ୟର ପ୍ରାୟ ୨୦୦ ଲୋକ ବେଥେଲ୍‌ହେମ୍‌ର ଏକ ହୋଟେଲ୍‌ରେ ଆଶ୍ରୟ ନେଇଛନ୍ତି ଓ ନିରାପଦ ଅଛନ୍ତି। ଆଜି ସେମାନଙ୍କୁ ଇଜିପ୍ଟ ନିଆଯିବ ବୋଲି ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।

Get real time updates directly on you device, subscribe now.