fbpx

ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ମୃତକଙ୍କ ନୂଆ ରିପୋର୍ଟ, ଜାଣନ୍ତୁ ବର୍ତ୍ତମାନ ସଂଖ୍ୟା କେତେରେ ପହଞ୍ଚିଲା…

AAKASH

ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ପ୍ରଥମେ ଇସ୍ରାଏଲ ଉପରେ ଗୋଟିଏ ପରେ ଗୋଟିଏ ରକେଟ୍ ମାଡ କରିଥିଲା ହମାସ। ଏହାପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି ପ୍ରତିଆକ୍ରମଣରେ ଗାଜା ସହରକୁ ଘେରାବନ୍ଦୀ କରିବାକୁ ଯାଇ ଘନ ଘନ ଆକ୍ରମଣ କରିବାରେ ଲାଗିଛି। ଯେଉଁଥିରେ ଅନେକ ଜଣଙ୍କ ଜୀବନ ଚାଲିଗଲାଣି । ତେବେ ଏହି ମୃତ୍ୟୁ ସଂଖ୍ୟାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରୁଥିବା ବେଳେ ଏବେ ସାମ୍ନାକୁ ଆସିଛି ମୃତକଙ୍କ ନୂଆ ରିପୋର୍ଟ । ବିସିର ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସରକାର ହମାସ ଆକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କର ସଂଖ୍ୟା ବୃଦ୍ଧି କରି ୧,୪୦୦ରୁ ଅଧିକ କରି ଦେଇଛି । ଅନ୍ୟପଟେ ଗାଜାରେ ହମାସ ପକ୍ଷରୁ ସଂଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି, ଇସ୍ରାଏଲ ବୋମା ମାଡରେ ୨,୪୫୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ପ୍ରକାଶ କରିଛି।

ତେବେ ଅନ୍ୟାନ ରିପୋର୍ଟ ଅନୁଯାୟୀ, ଇସ୍ରାଏଲରେ ୧୩୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଏଥିରେ ୩୪୦୦ ଜଣ ଆହତ ହୋଇଛନ୍ତି। ସେହିପରି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରତିପକ୍ଷ ପାଲେଷ୍ଟାଇନରୁ ପ୍ରାୟ ୨୨୧୫ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ୭୦୦ ଶିଶୁ ମଧ୍ୟ ସାମିଲ ହୋଇଥିଲେ। ଅନ୍ୟପଟେ ଏଥିରେ ପ୍ରାୟ ୮୭୧୪ ଲୋକ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଥିଲା।

Get real time updates directly on you device, subscribe now.