fbpx

ମୋଦିଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କ ଧନ୍ୟବାଦ

ନୂଆଦିଲ୍ଲୀ, ୧୦ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଇସ୍ରାଏଲକୁ ହାଇଡ୍ରୋକ୍ଲୋରୋକୁଇନ ଯୋଗାଇ ଦେଇଥିବାରୁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରିୟ ମିତ୍ର ବୋଲି ମଧ୍ୟ ସେ କହିଛନ୍ତି । ଇସ୍ରାଏଲର ସମସ୍ତ ନାଗରିକଙ୍କ ତରଫରୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୯୫ହଜାର ୭୧୬ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଲକ୍ଷ ୩ହଜାର ୪୩୩ ଅଛନ୍ତି । ସୁସ୍ଥ ହୋଇ ୩ଲକ୍ଷ ୫୬ହଜାର ଘରକୁ ଫେରିଛନ୍ତି । ଆମେରିକାରେ ଗତ ୨୪ଘଣ୍ଟାରେ ୧୭୮୩ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.