fbpx

ଯାହା କହିଥିଲା ତାହା କରି ଦେଖାଇଲା ଇସ୍ରାଏଲ: ୨ ଭାଗ ହେଲା ଗାଜା ପଟି

Advertisement

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଇତି ମଧ୍ୟରେ ବଡ଼ ଖବର ଆସିଛି ଯେ ଗାଜାକୁ ଇସ୍ରାଏଲ ୨ ଭାଗରେ ଭାଗ କରିଦେଇଛି । ଗାଜା ପଟିକୁ ଦୁଇ ଭାଗରେ ବିଭକ୍ତ କରିଦେବା ଦ୍ୱାରା ହମାସକୁ ଶକ୍ତ ଧକ୍କା ଲାଗିଥିବ ବୋଲି କହିଛି ଇସ୍ରାଏଲ ସେନା । ତେବେ ଆକ୍ରମଣ ପୂର୍ବରୁ ସାଧାରଣ ଲୋକମାନଙ୍କୁ ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ସ୍ଥାନାନ୍ତରଣ ପାଇଁ କୁହାଯାଇଥିଲା ।

ହମାସର ଅନ୍ତ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଅଟକିବ ନାହିଁ ବୋଲି ଇସ୍ରାଏଲ ଆଗରୁ ସ୍ପଷ୍ଟ କରିସାରିଛି । ତେବେ ହମାସ ଅଟକ ରଖିଥିବା ବନ୍ଦୀମାନଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ଯୁଦ୍ଧବିରତି ହେବ ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ।

ଅନ୍ୟପକ୍ଷରେ ଇସ୍ରାଏଲ ଜେନେରାଲ ଷ୍ଟାଫ ମୁଖ୍ୟ ହାଲେବୀ ନର୍ଦନ କମାଣ୍ଡଙ୍କ ସହିତ ଏକ ସାକ୍ଷାତକାର କରିଛନ୍ତି । ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ- “ଆଇଡିଏଫ କୌଣସି ସମୟରେ ଉତ୍ତର ଗାଜାରେ କାର୍ଯ୍ୟାନୁଷ୍ଠାନ କରିପାରେ । ସେଥିପାଇଁ ସୀମାକୁ ସର୍ବପ୍ରଥମେ ସୁରକ୍ଷିତ କରିବା ଆବଶ୍ୟକ । ଆମେ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ।”

ସୂଚନାଯୋଗ୍ୟ, ଇସ୍ରାଏଲ ହମାସ ଯୁଦ୍ଧରେ ୧୦,୦୦୦ରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । ଏବେ ମଧ୍ୟ ଗାଜା ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି ।

Get real time updates directly on you device, subscribe now.