fbpx

ଭାରତର ମୁଖ୍ୟ ସୂଚନା କମିଶନର ହେଲେ ହୀରାଲାଲ ସାମରିଆ, ଏହି ପଦବୀରେ ଦଳିତ ଶ୍ରେଣୀରୁ ପ୍ରଥମ ବ୍ୟକ୍ତି

Advertisement

ନୂଆଦିଲ୍ଲୀ:ଆଇଏଏସ୍ ଅଧିକାରୀ ହୀରାଲାଲ ସାମରିଆଙ୍କୁ ଭାରତର ସୂଚନା କମିଶନର ଭାବରେ ନିଯୁକ୍ତି ଦିଆଯାଇଛି । ସେ ଦେଶର ପ୍ରଥମ ଦଳିତ ସୂଚନା କମିଶନର ଅଟନ୍ତି । ହୀରାଲାଲ ୧୯୮୫ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଓ ତାଙ୍କ ଘର ରାଜସ୍ଥାନର ଭରତପୁର ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୂଚନା କମିଶନର ହୀରାଲାଲ ସାମରିଆଙ୍କୁ ସୋମବାର କେନ୍ଦ୍ରୀୟ ସୂଚନା ଆୟୋଗର ମୁଖ୍ୟ ଭାବରେ ଶପଥ ଗ୍ରହଣ କରାଇଛନ୍ତି । ପୂର୍ବ ସୂଚନା କମିଶନର ୱାଇ.କେ. ସିହ୍ନାଙ୍କ କାର୍ଯ୍ୟକାଳ ଅକ୍ଟୋବର ୩ରେ ଶେଷ ହେବା ପରେ ଏହି ପଦବୀ ଖାଲି ପଡିଥିଲା ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ସାମରିୟାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ସାମରିଆ ମୁଖ୍ୟ ସୂଚନା କମିଶନର ଭାବରେ ନିଯୁକ୍ତି ପାଇବା ପରେ ସୂଚନା ଆୟୋଗରେ ଆହୁରି ୮ ଟି ପଦ ଖାଲି ରହିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆରଟିଆଇ ମାମଲାରେ ସର୍ବୋଚ୍ଚ ଆବେଦନ ପ୍ରାଧିକରଣ କେନ୍ଦ୍ରୀୟ ସୂଚନା ଆୟୋଗରେ ଜଣେ ମୁଖ୍ୟ ସୂଚନା କମିଶନରଙ୍କ ବ୍ୟତିତ ଅନ୍ୟ ୧୦ ଜଣ ସୂଚନା କମିଶନର ରହିଥାନ୍ତି ।

ସୁପ୍ରିମକୋର୍ଟ କେନ୍ଦ୍ର ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗରେ ଖାଲି ଥିବା ପଦବୀ ପୂରଣ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଏପରି ନ ହେବା ଦ୍ୱାରା ସୂଚନା ଅଧିକାର ଆଇନ ପ୍ରଭାବହୀନ ହୋଇଯିବ ।

Get real time updates directly on you device, subscribe now.