ଲେବାନନ ଉପରେ ଇସ୍ରାଏଲର ରକେଟ ମାଡ, 40 ମୃତ

ନୂଆଦିଲ୍ଲୀ: ଇସ୍ରାଏଲ ପୁଣି ଥରେ ଲେବାନନ ଉପରେ ଆକ୍ରମଣ କରିଛି । ରକେଟ ମାଡରେ 40 ଜଣଙ୍କ ମୃତ୍ୟୁ ହେଇଥିବା ବେଳେ 60ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଲେବାନନ ବେକା ଉପତ୍ୟକାର ପୂର୍ବ ସହର ବାଲବେକ ନିକଟରେ ଆକ୍ରମଣ କରିଥିଲା ଇସ୍ରାଏଲ । ଦ୍ବିତୀୟ ଥର ପାଇଁ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଆକ୍ରମଣ କରିଛି ଇସ୍ରାଏଲ ।

ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ହିଜବୁଲ୍ଲା ମୂଳପୋଛ ହେବା ଯାଏଁ ଆଇଡିଏଫ୍ ଆକ୍ରମଣ ଜାରି ରଖିବ ବୋଲି କହିଛି । ଏହାକୁ ନେଇ ଆକ୍ରମଣ ମଧ୍ୟ ଜୋରଦାର କରିଛି । ତେବେ ବେରୁତତ ରାଜ୍ୟପାଳଙ୍କ କରିବା ଅନୁସାରେ, ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ କରିବା ଯୋଗୁଁ 40ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 60ରୁ ଆଧିକ ଆହତ ହୋଇଛନ୍ତି । ଲେବାନନର ଦକ୍ଷିଣ ଏବଂ ପୂର୍ବରେ ଇସ୍ରାଏଲ ସେନା ଆକ୍ରମଣକୁ ଜୋରଦାର କରିଛି । 40 ଜଣ ପ୍ରାଣ ହରାଇଥିବା ନେଇ ବେରୁତ ଗଭର୍ଣ୍ଣର ବଚିର ଖୋଦାର କହିଛନ୍ତି । କହିରଖୁଛୁ କି, ମଙ୍ଗଳବାର ବିଳମ୍ବିତ ରାତିରେ ଇସ୍ରାଏଲର ବାରଜା ସହରର ଏକ ଆପାର୍ଟମେଣ୍ଟରେ ଏୟାରଷ୍ଟ୍ରାଇକ କରିଥିଲା । ଏଥିରେ 30 ଜଣ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ପରେ ମଧ୍ୟ ଆଇଡିଏଫ ପକ୍ଷରୁ କୌଣସି ଚେତାବନୀ ଦିଆଯାଇ ନଥିଲା ।