ନୂଆଦିଲ୍ଲୀ: ଇସ୍ରାଏଲର ହମାସ ବିରୋଧରେ ଯୁଦ୍ଧ ସବୁଠୁ ଅଧିକ ଗାଜାବାସୀମାନଙ୍କୁ କ୍ଷତି ପହଞ୍ଚାଇଛି। ଉତ୍ତର ଗାଜାର ବେତ ଲୋହିୟାରେ ରବିବାର ଇସ୍ରାଏଲ ଆକ୍ରମଣରେ ୩୦ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ହସ୍ପିଟାଲ ନିର୍ଦ୍ଦେଶକ ଏହି ସୂଚନା ପ୍ରଦାନ କରିଛନ୍ତି। ଇସ୍ରାଏଲ ସେନା ଏକ ବିବୃତ୍ତିରେ କହିଛନ୍ତି ଯେ, ସେ ବେତ ଲୋହିୟାରେ ଆତଙ୍କବାଦୀ ରହୁଥିବା ସ୍ଥାନରେ ଅନେକ ଆକ୍ରମଣ କରିଛି। ଯୁଦ୍ଧ ଅଞ୍ଚଳରୁ ନାଗରିକମାନଙ୍କୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି।
ଇସ୍ରାଏଲ ସେନା ଉତ୍ତର ଗାଜାରେ ପୁଣି ଆକ୍ରମଣ କରି କହିଛି ଯେ, ହମାସର ଆତଙ୍କବାଦୀ ସେଠାରେ ପୁଣିଥରେ ସଂଗଠିତ ହୋଇଛନ୍ତି। ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଗତ ୭ ଅକ୍ଟୋବରରେ ଇସ୍ରାଏଲରେ ହମାସର ବଡ଼ ଆକ୍ରମଣ ଜବାବରେ ୟହୂଦୀ ରାଷ୍ଟ୍ର ପାଲେଷ୍ଟାଇନ ଗ୍ରୁପର କବଜାରେ ଥିବା ଗାଜା ସୀମାରେ ସୈନ୍ୟ ଅଭିଯାନ ଆରମ୍ଭ କରିଥିଲା। ହମାସ ଆକ୍ରମଣରେ ପାଖାପାଖି ୧୨୦୦ ଲୋକେ ପ୍ରାଣ ହାରିଛନ୍ତି। ୨୫୦ରୁ ଅଧିକ ଲୋକଙ୍କୁ ବନ୍ଦୀ କରାଯାଇଛି।