fbpx

ଅନ୍ତରୀକ୍ଷରେ ପୁଣି ଇତିହାସ ରଚିଲା ଇସ୍ରୋ, ଲଞ୍ଚ କଲା PSLV-C48

ନୂଆଦିଲ୍ଲୀ,୧୧ ।୧୨: ଅନ୍ତରୀକ୍ଷରେ ପୁଣି ଥରେ ଇତିହାସ ରଚିଲା ଇସ୍ରୋ । ଆଜି ଅପରାହ୍ନ ୩ଟା ୨୫ରେ ମହାକାଶକୁ PSLV-C48 ଯାନ ଉତକ୍ଷେପଣ କଲା
ଇସ୍ରୋ । ଆନ୍ଧ୍ରର ଶୀହରିକୋଟାରୁ ୧୦ଟି ସାଟେଲାଇଟ୍ ନେଇ ଗଲା PSLV-C48 । RISAT-2BR1 ସହ ଅନ୍ୟ ୯ଟି ବାଣିଜ୍ୟିକ ସାଟେଲାଇଟ୍ ନେଇ ଗଲା ଏହି PSLV-C48 ଯାନ ।  PSLVର ଏହା ୫୦ତମ ଉତ୍‌କ୍ଷେପଣ ।

ତେବେ RISAT-2BR1 ହେଉଛି ୬୨୮ କେଜି ଓଜନର ଏକ ପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ । ଏହାର ଲଞ୍ଚ ପରେ ଭାରତର ସୀମା ଉପରେ ନଜର ରଖିବା ଆହୁରି ସହଜ ହୋଇଯିବ । PSLV-C48 ଯାନର ଲଞ୍ଚ ହେବାର ପାଖାପାଖି ୨୧ ମିନିଟ ପରେ ୧୦ଟି ଉପଗ୍ରହ ନିଜ ନିଜର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଯିବେ । ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯାଇଥିବା ଆର୍‌ଆଇ-ସାଟ୍‌- ୨ବିଆର୍‌୧ ହେବ ଦେଶର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ। ଏହା ପୂର୍ବରୁ ନଭେମ୍ୱର ୨୭ରେ ଇସ୍ରୋ କାର୍ଟୋସାଟ୍-୩ ଗୁଇନ୍ଦା ଉପଗ୍ରହକୁ ମହାକାଶକୁ ଛାଡ଼ିଥିଲା । ଏହି ସାଟେଲାଇଟ ରାତିର ଅନ୍ଧାର ସହିତ ଖରାପ ପାଗରେ ମଧ୍ୟ କାମ କରିବ ।

Get real time updates directly on you device, subscribe now.