fbpx

“Solar Mission”ରେ ଇସ୍ରୋକୁ ମିଳିଲା ପ୍ରଥମ ସଫଳତା: Aaditya L-1 କୁ ନେଇ ଦେଲା ଖୁସି ଖବର

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କ ଦେହରେ ଥିବା ବିଭିନ୍ନ ରହସ୍ୟର ଖୁଲାସା କରିବା ପାଇଁ ଇସ୍ରୋର ‘ସୌର ମିଶନ୍’ ଜାରି ରହିଛି । ଇସ୍ରୋର ଏହି ମିଶନ୍, Aaditya L-1 ସୂର୍ଯ୍ୟଙ୍କର ଆହୁରି ନିକଟତର ହୋଇଛି । ଏହାସହିତ ଏହି ମିଶନକୁ ନେଇ ଏକ ବଡ଼ ଖୁସି ଖବର ଦେଇଛି ଭାରତର ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋ । ଚନ୍ଦ୍ରପୃଷ୍ଠରେ ସଫଳତାର ଛାପ ଛାଡ଼ିବା ପରେ ଏବେ ଇସ୍ରୋର ସୌର ମିଶନ୍ ବି ସଫଳ ହେବା ଦିଗରେ ଆଗେଇ ଚାଲିଛି । ସୋଲାର ମିଶନରେ ଏକ ବଡ଼ ସଫଳତାକୁ ନେଇ ସୂଚନା ଦେଇଛି ଇସ୍ରୋ । ସୂର୍ଯ୍ୟର ଗତିବିଧି ଉପରେ ରିସର୍ଚ୍ଚ କରିବା ପାଇଁ ଭାରତ ପଠାଇବା ସ୍ପେସକ୍ରାଫ୍ଟ Aaditya L-1 ସୂର୍ଯ୍ୟଙ୍କର ଆହୁରି ନିକଟରେ ପହଞ୍ଚିଛି । ଏହାସହିତ ସୌର କିରଣର ହାଇ-ଏନର୍ଜି ଏକ୍ସ-ରେ ନେଇ ଇସ୍ରୋକୁ ପଠାଇଥିବା ସୂଚନା ଦେଇଛି ଅନ୍ତରୀକ୍ଷ ଏଜେନ୍ସି ।
ଇସ୍ରୋ କହିଛି ଯେ, Aaditya L-1 ରେ ଲାଗିଥିବା ସ୍ପେକ୍ଟ୍ରୋମିଟର ଦ୍ୱାରା ଅକ୍ଟୋବର ୨୯ ତାରିଖରେ ସୋଲାର ଫ୍ଲେୟରର ଦୃଶ୍ୟ ରେକର୍ଡ କରିଛି । ସୂର୍ଯ୍ୟଙ୍କ ନିକଟସ୍ଥ ବାତାବରଣ ଅଚାନକ ଉଜ୍ଜଳ ହୋଇ ଉଠିବା ପ୍ରକ୍ରିୟାକୁ କୁହାଯାଏ ସୋଲାର ଫ୍ଲେୟର । ଏହି ଫ୍ଲେୟର୍ସ ରେଡିଓ, ଅପ୍ଟିକାଲ, ଅତିବାଇଗଣୀ ରଶ୍ମୀ, ସଫ୍ଟ ଏକ୍ସ-ରେ, ହାର୍ଡ ଏକ୍ସ-ରେ ଏବଂ ଗାମା-ରେ ଇତ୍ୟାଦି ୱେବଲେନ୍ଥର ସ୍ପେକ୍ଟ୍ରମ ପ୍ରସ୍ତୁତ କରିଥାଏ । ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା HEL1OS ଏକ୍ସ-ରେ ସ୍ପେକ୍ଟ୍ରୋମିଟର ବର୍ତ୍ତମାନ ଥ୍ରେଶୋଲ୍ଡ ଏବଂ କାଲିବରେସନ ଅପରେସନର ସୁଧାର ପ୍ରକ୍ରିୟା ଦେଇ ଗତି କରୁଛି । ଟ୍ୱିଟର(ଏକ୍ସ)ର ଟାଇମଲାଇନ୍ ରେ ଏ ନେଇ ସୂଚନା ଦେଇଛି ଇସ୍ରୋ ।

ବେଙ୍ଗାଲୁରୁରେ ISROର UR Rao ସାଟେଲାଇଟ୍ ସେଣ୍ଟରର ସ୍ପେସ୍ ଜ୍ୟୋତିର୍ବିଜ୍ଞାନ ଗୋଷ୍ଠୀ ଦ୍ୱାରା HEL1OS ବିକଶିତ ହୋଇଥିଲା । ଅକ୍ଟୋବର ମାସ ଆରମ୍ଭରୁ ଭାରତର ପ୍ରଥମ ସୌର ମିଶନ ଲଞ୍ଚ କରିଥିଲା ଇସ୍ରୋ । Aaditya L-1 ମହାକାଶଯାନ ପ୍ରାୟ ୧୬ ସେକେଣ୍ଡ ପାଇଁ ଟ୍ରାଜେକ୍ଟୋରୀ ସଂଶୋଧନ ପ୍ରକ୍ରିୟା (TCM) ବ୍ୟବହାର କରିଥିଲା । ତେବେ ବର୍ତ୍ତମାନ Aaditya L-1 ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । ଏନର୍ଜେଟିକ୍ ପାର୍ଟିକଲ୍ ସ୍ପେକ୍ଟ୍ରୋମିଟର ଯନ୍ତ୍ରର ସେନ୍ସର ପୃଥିବୀପୃଷ୍ଠରୁ ୫୦,୦୦୦ କିଲୋମିଟରରୁ ଅଧିକ ଦୂରରେ ରହି ସୁପର-ଥର୍ମାଲ୍ ଏବଂ ଶକ୍ତିଶାଳୀ ଆୟନ ଏବଂ ଇଲେକ୍ଟ୍ରନ୍ ମାପିବା ଆରମ୍ଭ କରିଥିବା ସୂଚନା ଦେଇଛି ଇସ୍ରୋ ।

Get real time updates directly on you device, subscribe now.