fbpx

ରାପର ହନି ସିଂଙ୍କୁ କୋର୍ଟର ଶେଷ ପ୍ରଶ୍ନ କ’ଣ ଥିଲା? ଯାହା ପରେ ପତ୍ନୀ ଶାଲିନୀଙ୍କ ଛାଡପତ୍ରକୁ ମିଳିଲା ମଞ୍ଜୁରୀ

Advertisement

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀର ଏକ କୋର୍ଟ ରାପର ଗାୟକ ହନି ସିଂ ଏବଂ ତାଙ୍କ ପତ୍ନୀ ଶାଲିନୀ ତଲୱାରଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। ହନି ସିଂ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅଢେଇ ବର୍ଷ ପୁରୁଣା ମକଦ୍ଦମା ଶେଷ କରି ଫ୍ୟାମିଲି କୋର୍ଟ ଉଭୟ ପକ୍ଷଙ୍କୁ ଛାଡପତ୍ର ପାଇଁ ଅନୁମତି ପ୍ରଦାନ କରିଥିଲେ।

ଛାଡପତ୍ରକୁ ଅନୁମୋଦନ କରିବା ପୂର୍ବରୁ କୋର୍ଟ ହନି ସିଂଙ୍କୁ ପଚାରିଥିଲେ କି ସେ ତାଙ୍କ ପତ୍ନୀଙ୍କ ସହ ରହିବାକୁ ଚେଷ୍ଟା କରିବାକୁ ଚାହୁଁଛନ୍ତି କି? ଯାହାକୁ ରାପର ଗାୟକ ଉତ୍ତର ଦେଇଛନ୍ତି ଯେ ବର୍ତ୍ତମାନ ଏକାଠି ହେବାର ଅନ୍ୟ କୌଣସି ସୁଯୋଗ ନାହିଁ । ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ଏକମତ ହେବା ପରେ କୋର୍ଟ ଏହି ଅଭିଯୋଗ ପ୍ରତ୍ୟାହାର କରିନେଲେ। ଅବଶ୍ୟ, ସମାଧାନର ସର୍ତ୍ତାବଳୀ ଏକ ସିଲ୍ ହୋଇଥିବା କନ୍ଫିଲରେ ରଖାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବରରେ ହନି ସିଂ ତାଙ୍କ ପତ୍ନୀଙ୍କୁ କୋଟିଏ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ମଧ୍ୟ ଦେଇଥିଲେ।

ହନି ସିଂଙ୍କ ପତ୍ନୀ ତାଙ୍କୁ ପାରିବାରିକ ହିଂସା ଅଭିଯୋଗ କରି କହିଥିଲେ ଯେ, ସିଂ ଏବଂ ତାଙ୍କ ପରିବାର ମାନସିକ, ଶାରୀରିକ, ଭାବପ୍ରବଣ, ଯୌନ ତଥା ଆର୍ଥିକ ହିଂସା ଘଟାଇଥିବାରୁ ସେ ଭୟଭୀତ ଅବସ୍ଥାରେ ରହୁଥିଲେ।

Get real time updates directly on you device, subscribe now.