fbpx

(Video) ଚନ୍ଦ୍ରରୁ ଆସିଲା ରୋଭରର ପ୍ରଥମ ଭିଡିଓ; ଏଥିରେ ଦେଖାଯାଉଛି ଏଲିୟନ!

ଓଡିଶା ଭାସ୍କର; ଚନ୍ଦ୍ରରେ ପୃଷ୍ଠରେ ରୋଭର ଓହ୍ଲାଇବା ୨୪ ଘଣ୍ଟାରୁ ଅଧିକ ସମୟ ହୋଇଗଲାଣି । ସେହିପରି ଆଜି ଚନ୍ଦ୍ରରୁ ଆସିଛି ରୋଭର ଧରାବତରଣର ପ୍ରଥମ ଭିଡିଓ । ଏହି ଭିଡିଓକୁ ଆଜି ଇସ୍ରୋ ଜାରି କରି ଏ ନେଇ ସୂଚନା ଦେଇଛି । ଏହି ଗୋଟିଏ ଗୋଟିଏ ଭିଡିଓ ଆଉ ଫୋଟରୁ ମିଳୁଛି ଅନେକ ତଥ୍ୟ ଖାଲି ସେତିକି ନୁହେଁ ଏହା ଯେତିକି ବାଟ ଚାଲୁଛି ସେତିକି ନୂଆ ନୂଆ ତଥ୍ୟ ସଂଗ୍ରହ କରୁଛି । ଏହି ସମସ୍ତ ତଥ୍ୟକୁ ହାସଲ କରିବା ପାଇଁ ଇସ୍ରୋ ବୌଜ୍ଞାନିକ ମାନେ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି ।

ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଲ୍ୟାଣ୍ଡ କରିବାର ପ୍ରାୟ ସାଢେ ୪ ଘଣ୍ଟା ପରେ ଖୋଲିଥିଲା ଲ୍ୟାଣ୍ଡର ବିକ୍ରମର ର୍ୟାମ୍ପ । ଆଉ ଧୀରେ ଧୀରେ ତଳକୁ ଓହ୍ଲାଇଥିଲା ରୋଭର ପ୍ରଜ୍ଞାନ । ସେହି ସମୟର ଫଟୋ ଲ୍ୟାଣ୍ଡର ବିକ୍ରମ ଆଜି ଇସ୍ରୋକୁ ପଠାଇଛି । ଚନ୍ଦ୍ରଯାନ -୩ ମିଶନର ସଫଳତା ପରେ ଇସ୍ରୋ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କ୍ରମାଗତ ଭାବେ ଏହି ସମ୍ପର୍କିତ ଭିଡିଓକୁ ଅପଲୋଡ କରୁଛି । ସେହିପରି ଇସ୍ରୋ ନିଜ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ‘ଏକ୍ସ’ରେ ଚନ୍ଦ୍ର ଅଭିଯାନର ପ୍ରତ୍ୟେକ ଅପଡେଟ୍ ଦେଉଛି ।

ସଦ୍ୟଭାବେ ଜାରି ହୋଇଥିବା ଭିଡିଓରେ ରୋଭରର ଚନ୍ଦ୍ରପୃଷ୍ଠକୁ ଓହ୍ଲାଇବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବୁଲାବୁଲି କରୁଛି । ଲ୍ୟାଣ୍ଡର ବିକ୍ରମରୁ କିପରି ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠକୁ ଓହ୍ଲାଉଛି ଓ କିପରି ତାହା ଗତି କରୁଛି ଏଥିରେ ସବୁ ଜଣାପଡୁଛି । ଲ୍ୟାଣ୍ଡରରୁ ଓହ୍ଲାଇ ଚନ୍ଦ୍ର ପୃଷ୍ଠରେ ବୁଲୁବା ସହ ଜଳ, ବାୟୁ ଖଣିଜ ପଦାର୍ଥ ଅଛି କି ନାହିଁ ଏହାର ସମସ୍ତ ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛି । ଦୀର୍ଘ ୧୪ ଦିନ ଧରି ଚନ୍ଦ୍ରରେ ଏପରି ବୁଲି ବୁଲି ରୋଭର ଏଭଳି ତଥ୍ୟ ସଂଗ୍ରହ କରିବ । ଏହାରି ଭିତରେ ଅନୁମାନ ହେଉଛି ଯେ ଚନ୍ଦ୍ରରେ ଏଲିୟନ୍ ରହିଛି ବୋଲି । ଆସିଥିବା ପ୍ରଥମ ଭିଡିଓ ଝାପ୍ସା ଦେଖାଯାଉଥିବା ବେଳେ ଚନ୍ଦ୍ରରେ ଏଲିୟନ୍ ଥାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.