fbpx

ଶ୍ରୀମନ୍ଦିର ଖୋଲିବା ଦାବିରେ ସେବାୟତଙ୍କ ଧାରଣା

ପୁରୀ ,୬ ।୧୦(ଓଡିଶା ଭାସ୍କର)::ଶ୍ରୀମନ୍ଦିର ଖୋଲିବା ଦାବିରେ ଶ୍ରୀମନ୍ଦିର ଅରୁଣସ୍ତମ୍ଭ ନିକଟରେ ଧାରଣାରେ ବସିଛନ୍ତି ସେବାୟତ । କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲାଯିବା ପାଇଁ ସେମାନେ ଦାବି କରିଛନ୍ତି । ପ୍ରତି ୨ ଘଣ୍ଟାରେ ଥରେ ମେଡିକାଲ ଟେଷ୍ଟ କରି ଭକ୍ତଙ୍କୁ ମନ୍ଦିରକୁ ଛାଡିବାକୁ ସେବାୟତମାନେ ଦାବି କରିଛନ୍ତି । ବରିଷ୍ଠ ସେବାୟତ ଦାମୋଦର ମହାସୁଆର କହିଛନ୍ତି ଯେ, କେନ୍ଦ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇସାରିଲେଣି। ଦେଶର ବିଭିନ୍ନ ମନ୍ଦିର ଖୋଲିସାରିଲାଣି। କିନ୍ତୁ ରାଜ୍ୟ ସରକାର କାହିଁକି ମନ୍ଦିର ଖୋଲିବାକୁ ଅନୁମତି ଦେଉନାହାନ୍ତି ବୋଲି ଦାମୋଦର ମହାସୁଆର ପ୍ରଶ୍ନ କରିଛନ୍ତି। ତା’ଛଡ଼ା କରୋନା ସଂକ୍ରମଣ ସମୟରେ ସେବାୟତମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ହେତୁ ମନ୍ଦିର ଖୋଲାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଣୁ କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବାକୁ ସେ ଦାବି କରିଛନ୍ତି।

Get real time updates directly on you device, subscribe now.