fbpx

ଏହି ସମୟରେ ଟଙ୍କା ପଇସା କାରବାର କରିବା ଶୁଭ ନୁହେଁ, ଲାଭ ବଦଳରେ ହେବ କ୍ଷତି

AAKASH

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ପଇସା କାରବାର ସମୟକୁ ନେଇ ବହୁ ଜରୁରୀ କଥା କୁହାଯାଇଛି । ବହୁ ଲୋକ ବାସ୍ତୁ ଶାସ୍ତ୍ରର ଏହି କଥା ବିଷୟରେ ଜାଣି ନ ଥାନ୍ତି ଯେଉଁ କାରଣରୁ ସେମାନଙ୍କୁ କ୍ଷତିର ସାମ୍ନା କରିବାକୁ ପଡିଥାଏ । ବାସ୍ତୁ ଅନୁସାରେ ଭୁଲ୍‌ରେ ବି ସୂର୍ଯ୍ୟ ଅସ୍ତ ହେବା ପରେ ପଇସା କାରବାର କରନ୍ତୁ ନାହିଁ ।

ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ କାହାକୁ ବି ପଇସା ଉଧାର ଦିଅନ୍ତୁ ନାହିଁ କି ପଇସା ଉଧାର ଆଣନ୍ତୁ ନାହିଁ ।  ଯଦି ଆପଣ ସନ୍ଧ୍ୟା ସମୟରେ ପଇସା ଦେବାନେବା କରିବେ ତେବେ ଆପଣଙ୍କ ପାଖରେ ସେହି ପଇସା ରହିବ ନାହିଁ ।

ବାସ୍ତୁ ଅନୁସାରେ ଯଦି ଆପଣ ସୂର୍ଯ୍ୟ ଅସ୍ତ ହେବା ପରେ ଟଙ୍କା ପଇସା କାରବାର କରିବେ ତେବେ ଧନଦେବୀ ମା’ ଲକ୍ଷ୍ମୀ ନାରାଜ ହୋଇଯିବେ । ମା’ ଲକ୍ଷ୍ମୀ ନାରାଜ ହେବାର ଅର୍ଥ ସେହି ବ୍ୟକ୍ତିର ଖରାପ ସମୟ ଆରମ୍ଭ ହୋଇଯିବା । ମା’ ଲକ୍ଷ୍ମୀ ନାରାଜ ହୋଇଯିବା କାରଣରୁ ବ୍ୟକ୍ତି ଅର୍ଥାଭାବ ସମସ୍ୟାରେ ବୁଡିଯାଏ । କୌଣସି ବି ସୂତ୍ରରୁ ଧନ ତାହା ପାଖକୁ ଆସେ ନାହିଁ ।

ବାସ୍ତୁ ଅନୁସାରେ ବ୍ୟକ୍ତି କେବଳ ସକାଳ ସମୟରେ ଟଙ୍କା ପଇସା ଧାର ଉଧାର କରିବା ଉଚିତ । ଏହି ସମୟ ଶୁଭ ହୋଇଥାଏ ।

Get real time updates directly on you device, subscribe now.