fbpx

(Video) ଭୁବନେଶ୍ୱରକୁ ମାଡ଼ି ଆସିଲେ ମାଳ ମାଳ ଯବାନ; ଯୁଦ୍ଧର ପୂର୍ବ ପ୍ରସ୍ତୁତି ଭଳି ଦେଖାଗଲା ଚିତ୍ର…

AAKASH

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭୁବନେଶ୍ୱରକୁ ମାଡ଼ି ଆସିଲେ ମାଳ ମାଳ ଯବାନ। ଯେମିତି ଯୁଦ୍ଧ ସମୟରେ ଯବାନ ମାନେ ବନ୍ଧୁକ ଧରି ଧାଡ଼ି ବାନ୍ଧି ଚାଲନ୍ତି । ଠିକ ସେମିତି ଏହି ଦୃଶ୍ୟ ଦେଖା ଯାଉଛି । ସବୁ ଯବାନ ମାନଙ୍କ ହାତରେ ରହିଛି ରାଇଫଲ । ଯେଉଁଥିରେ ପୁରା ଗୁଳି ଭର୍ତ୍ତୀ ହୋଇ ରହିଛି । ଟିକେ କଣ ହେଲେ ସିଧା ଆକ୍ସନକୁ ଚାଲି ଆସିବେ । ଏଭଳି ଦୃଶ୍ୟକୁ ଦେଖିଲେ ସାମାନ୍ୟ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି । ଏମିତି କେବଳ ହୋଇଛି ନିର୍ବାଚନ ପାଇଁ । ନିର୍ବାଚନ ପୂର୍ବରୁ ରାଜଧାନୀରେ ଫ୍ଲାକ ମାର୍ଚ୍ଚ କରାଯାଇଛି । ପୋଲିସ ଏବଂ ସିଏପିଏଫର ମିଳିତା ଫ୍ଲାଗ ମାର୍ଚ୍ଚ ରାଜଧାନୀର ବିଭିନ୍ନ ସ୍ଥାନରେ ହୋଇଛି ।

ଏବେ ଆଉ କେହି ବଞ୍ଚି ପାରିବେ ନାହିଁ । ଗଣ୍ଡୋଗଳ କଲେ ସିଧା ଥାନାକୁ ଯିବେ । ବାନ୍ଧିନେବେ ପୋଲିସ ଏବଂ ଯବାନ ମାନେ । ପୁରା ସୁରକ୍ଷା ଘେରରେ ରହିଛି ରାଜଧାନୀ ଭୁବନେଶ୍ୱର । ବିଭିନ୍ନ ନିର୍ବାଚନ ମଣ୍ଡଳିରେ ହୋଇଛି ପୋଲିସ ଏବଂ ସିଏପିଏଫର ଫ୍ଲାଗ ମାର୍ଚ୍ଚ । ନିର୍ବାଚନକୁ ସୁରକ୍ଷିତ ଭାବରେ କରିବା ପାଇଁ ହୋଇଛି ଏମିତି ଫ୍ଲାଗ ମାର୍ଚ୍ଚ । ଏହି ମିଳିତ ଫ୍ଲାଗ ମାର୍ଚ୍ଚର ମାନେ ହେଉଛି ନିର୍ବାଚନକୁ ପ୍ରଭାବିତ କରୁଥିବା ଆଚରଣକୁ ରୋକିବା । ନିର୍ବାଚନକୁ ନେଇ ହିଂସା ଦେଖିବାକୁ ମିଳୁଛି । ସେଥିପାଇଁ ଆଗୁଆ ପଦକ୍ଷେପ ଏହି ଫ୍ଲାଗମାର୍ଚ୍ଚ ଜରିଆରେ ନିଆଯାଇଛି ।

ଯେମିତି ଗଞ୍ଜାମ ଜିଲ୍ଲା ଭଳି ପରିସ୍ଥିତି ନଉପୁଜିବ ସେଥିପାଇଁ ଧ୍ୟାନ ଦିଆଯାଇଛି । କିଛି ମଦ ଆଡ୍ଡା ଉପରେ ରେଡ ମାରିବା କ୍ୟାପିଟାଲ ଥାନା, ଖଣ୍ଡଗିରି, ଭରତପୁର ବଡ଼ଗଡ଼, ଲକ୍ଷ୍ମୀସାଗର, ସହିଦ ନଗର, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଏକାଧିକ ଖଟିରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ଏଥିରେ ଥିଲେ ୭ ଥାନା ଅଧିକାରୀଙ୍କ ସହ ୬୦ଟି ଟିମ୍ ।

Get real time updates directly on you device, subscribe now.