fbpx

ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ; ପ୍ରଚାର ବେଳେ ହଠାତ୍ ବିଜେପି ଗାଡ଼ି ଉପରକୁ ଉଠିଗଲେ ଜିତୁ ମିତ୍ର

AAKASH

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର । ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ । ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍‌ ସୋ’ରେ ସାମିଲ୍ ହେଲେ। ରାଜନୀତିର ରୋଚକ ଚିତ୍ର ଦେଖିଲା ଖୋର୍ଦ୍ଧା ମାଟି । ବିଜେପି ରାଲି ବେଳେ ହଠାତ୍ ଆସି ମିଶିଗଲେ ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର । ଆଜି ଯେତେବେଳେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ଚାଲିଥିବା ବେଳେ ହଠାତ୍ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେପି ସହ ମିଶି ପ୍ରଚାର କରିଥିଲେ ।

ଏଥର ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କୁ ବିଜେଡିରୁ ଟିକେଟ୍ ମିଳିନଥିବାରୁ ସେ ମନସ୍ତାପରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଗୁରୁବାର ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନ । ଆଜିର ଏହି ଶେଷ ଦିନରେ ଜିତୁ ମିତ୍ର ହଠାତ୍ ବିଜେପି ରାଲିରେ ଯୋଗଦେବା ପରେ ଖୋର୍ଦ୍ଧା ରାଜନୀତିରେ ଏକ ପ୍ରକାରର ରୋଚକ ଚିତ୍ର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.