fbpx

ସମ୍ପୂର୍ଣ୍ଣ ସୀମା ସିଲ କରିବା ସମ୍ଭବପର ନୁହେଁ: ପ୍ରତାପ ଜେନା

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): ଭିସି ଯୋଗେ ରାଜ୍ୟ ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏପ୍ରିଲ ଶେଷ ସୁଦ୍ଧା ଦିନକୁ ୩ହଜାର ସାମ୍ପଲ ପରୀକ୍ଷା କରିବାର ଲକ୍ଷ୍ୟ ରଖାଯାଇଛି । ବଲାଙ୍ଗୀର, ବାଲେଶ୍ୱର, ବାରିପଦା, କୋରାପୁଟ, ଭଦ୍ରକ ମେଡ଼ିକାଲ କଲେଜ ଓ ଓୟୁଏଟିରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ । ଆଇଏଲଏସରେ ଦିନକୁ ୪୫୦ ଟେଷ୍ଟିଂ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଏହାସହ ସୀମା ସିଲ୍ ପ୍ରସଙ୍ଗରେ ସେ କହିଛନ୍ତି ଯେ ସମ୍ପୂର୍ଣ୍ଣ ସୀମା ସିଲ କରିବା ସମ୍ଭବପର ନୁହେଁ । ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ସମ୍ପୂର୍ଣ୍ଣ ସିଲ୍ ସମ୍ଭବ ନୁହେଁ । ବାହାରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଞ୍ଚାୟତସ୍ତରରେ ୫ଜଣିଆ କମିଟି ଗଠନ କରାଯିବ । ସରପଞ୍ଚ ସେହି କମିଟିର ଅଧକ୍ଷ ରହିବେ । କମିଟିିରେ ପଞ୍ଚାୟତ ସମ୍ପାଦକ, ଶିକ୍ଷକ ଓ ଜିଆରଏସ୍ ରହିବେ । ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱ ଏହି କମିଟିକୁ ଦିଆଯାଇଛି ।
ଅନ୍ତଃମନ୍ତ୍ରିସ୍ତରୀୟ ବୈଠକ ଅଧ୍ୟକ୍ଷତା କରୁଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତାଙ୍କ ସହ ମନ୍ତ୍ରୀ ପ୍ରତାପ ଜେନା, ଟୁକୁନି ସାହୁ, ନବ ଦାସ ଓ ସୁଦାମ ମାରାଣ୍ଡି ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.