fbpx

ଏହା ହେଉଛି ଭାରତର ସବୁଠାରୁ ବଡ଼ ମନ୍ଦିର : ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ ନିର୍ମାଣ କାର୍ଯ୍ୟ

Advertisement

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ତାରିଖ ଧାର୍ଯ୍ୟ ହୋଇଗଲାଣି । ଅନେକ ବର୍ଷର ସଂଘର୍ଷ ପରେ ରାମ ମନ୍ଦିରର ନିର୍ମାଣ ହେବାକୁ ଯାଉଛି । ଯାହାକି କିଛି ମାସ ମଧ୍ୟରେ ପୂର୍ଣ୍ଣ ହେବାକୁ ଯାଉଛି । ଏହାପରେ ଜାନୁୟାରୀ ୨୨ ୨୦୨୪କୁ ଭଗବାନ ରାମଙ୍କର ମୂର୍ତ୍ତୀର ପ୍ରାଣ ପ୍ରତିଷ୍ଠା ହେବ । ରାମ ମନ୍ଦିର ଭାରତର ସବୁଠାରୁ ବଡ଼ ମନ୍ଦିର ବୋଲି ଲୋକେ ମନେକରନ୍ତି । କିନ୍ତୁ ଏହା ନୁହେଁ …..

ବର୍ତ୍ତମାନ ଦେଶର ସବୁଠାରୁ ବଡ଼ ମନ୍ଦିର ତାମିଲନାଡୁରେ ରହିଛି । ତିରୁଚିରାପଲ୍ଲୀ ସ୍ଥିତ ରଙ୍ଗନାଥସ୍ୱାମୀଙ୍କ ମନ୍ଦିର ଅଟେ । ଦ୍ରାବିଡ଼ ଶୈଳୀରେ ଏହି ମନ୍ଦିରର ନିର୍ମାଣ ହୋଇଛି । ଏହି ମନ୍ଦିର ପ୍ରାଙ୍ଗଣରେ ଅନେକ ଛୋଟ ଛୋଟ ମନ୍ଦିର ନିର୍ମାଣ ହୋଇଛି । ମନ୍ଦିରର ୱେବସାଇଟ ଅନୁସାରେ ଏହି ମନ୍ଦିର ପୂରା ୧୫୬ ଏକର ପର୍ଯ୍ୟନ୍ତ ବିସ୍ତୃତ ହୋଇଛି ଅର୍ଥାତ ପ୍ରାୟ ୪ କି.ମି ପର୍ଯ୍ୟନ୍ତ ରହିଛି । ଏହି ମନ୍ଦିରର ଉଚ୍ଚତା ୨୩୬ ଫୁଟ ଅଟେ । ଅନ୍ୟପଟେ ରାମମନ୍ଦିରର କଥା କହିବାକୁ ଗଲେ, ସେହି ମନ୍ଦିରର ଉଚ୍ଚତା ୧୬୧ ଫୁଟ ଅଟେ ଏବଂ ଏହା ୧୦୮ ଏକର ପର୍ଯ୍ୟନ୍ତ ବିସ୍ତୃତ ହୋଇଛି ।

ସୂଚନା ଥାଉ କି, ଏବେ ଭାରତରେ ଏପରି ଏକ ମନ୍ଦିର ନିର୍ମାଣ ହେଉଛି, ଯାହାକି ଦୁନିଆର ସବୁଠାରୁ ବଡ଼ ମନ୍ଦିର ହେବ । ଏହି ମନ୍ଦିରଟି ପଶ୍ଚିମବଙ୍ଗ ନଦିୟା ଜିଲ୍ଲାର ମାୟାପୁରରେ ନିର୍ମାଣ କରାଯାଉଛି । ଏହି ମନ୍ଦିରଟି ଇସ୍କନ ତରଫରୁ ତିଆରି ହେଉଛି । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ୨୦୦୯ ମସିହାରୁ ଆରମ୍ଭ ହୋଇସାରିଛି । ଯାହା କି ୨୦୨୪ ମଧ୍ୟରେ ସଂପୂର୍ଣ୍ଣ ଭାବେ ନିର୍ମାଣ ହୋଇଯିବ । ଏହା ବିଶ୍ୱର ସବୁଠାରୁ ବଡ଼ ବୈଦିକ ମନ୍ଦିର ହେବ । ଏହିି ମନ୍ଦିରଟି ପ୍ରାୟ ୨୮ଲକ୍ଷ ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପିଛି ।

Get real time updates directly on you device, subscribe now.