fbpx

୨୬ ବର୍ଷ ବୟସରେ ୨୨ ସନ୍ତାନର ମା’ ହୋଇଛନ୍ତି ଏହି ମହିଳା, କୋଟିପତି ସ୍ୱାମୀଙ୍କ ଠାରୁ ୧୦୫ ସନ୍ତାନ ଲାଭ କରିବା ରହିଛି ଲକ୍ଷ୍ୟ

Advertisement

ନୂଆଦିଲ୍ଲୀ: ସବୁ ମହିଳାଙ୍କ ଲାଗି ମା’ ହେବା ଏକ ବଡ ସ୍ୱପ୍ନ ହୋଇଥାଏ । କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ସମସ୍ତଙ୍କ ଲାଗି ଏତେ ସହଜ ହୋଇ ନ ଥାଏ । ମାନସିକ ଠାରୁ ଆରମ୍ଭ କରି ଶାରୀରିକ ପର୍ଯ୍ୟନ୍ତ ଏହି ସମୟରେ ଜଣେ ମହିଳା ବିଭିନ୍ନ ସମସ୍ୟା ଦେଇ ଗତି କରିଥାଏ । ଏହି କାରଣରୁ ଆଜିକାଲି ମହିଳାମାନେ ଗୋଟିଏରୁ ଅଧିକ ସନ୍ତାନ ଚାହୁଁନାହାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଜଣେ ଋଷୀୟ ମହିଳା ଏକ କି ଦୁଇ ନୁହେଁ ୨୨ ସନ୍ତାନର ଜନନୀ ଅଟନ୍ତି । ଆହୁରି ଆଶ୍ଚର୍ଯ୍ୟର କଥା ଏହି ମହିଳାଙ୍କ ବୟସ ମାତ୍ର ୨୬ ।

ଏହି ମହିଳାଙ୍କ ନାମ କ୍ରିଷ୍ଟିନା ଓଜଟର୍କ ଯିଏ ଜର୍ଜିଆରେ ରୁହନ୍ତି । ଏବେ ତାଙ୍କର ୨୨ ଜଣ ସନ୍ତାନ ଅଛନ୍ତି କିନ୍ତୁ ସେ ଏହାକୁ ୩ ଅଙ୍କକୁ ନେଇଯିବାକୁ ଚାହାନ୍ତି । ଅର୍ଥାତ୍ ସେ ଏହି ମାମଲାରେ ଶତକ ପୂରଣ କରିବାକୁ ଚାହାନ୍ତି । କ୍ରିଷ୍ଟିନାଙ୍କ ସବୁଠାରୁ ବଡ ଝିଅର ବୟସ ୮ ବର୍ଷ ଯାହାକୁ ସେ ସ୍ୱଭାବିକ ପ୍ରକ୍ରିୟାରେ ଜନ୍ମ ଦେଇଥିଲେ । କିନ୍ତୁ ଏହାପରେ ସମସ୍ତ ୨୧ ସନ୍ତାନଙ୍କୁ ସେ ସରୋଗେସୀ ସହାୟତାରେ ଜନ୍ମ ଦେଇଛନ୍ତି । ଏହି ୨୧ ସନ୍ତାନଙ୍କ ମଧ୍ୟରୁ ୨୦ ସନ୍ତାନ ୨୦୨୦ରେ ଜନ୍ମ ହୋଇଛନ୍ତି ।

୨୦୨୧ରେ ସେ ସବୁଠାରୁ ଛୋଟ କନ୍ୟା ଓଲିଭିୟାକୁ ସ୍ୱାଗତ କରିଥିଲେ । କ୍ରିଷ୍ଟିନା କହିଛନ୍ତି ସେ ତାଙ୍କ କୋଟିପତି ସ୍ୱାମୀଙ୍କ ଠାରୁ ୧୦୫ ସନ୍ତାନ ଚାହାନ୍ତି । କ୍ରିଷ୍ଟିନାଙ୍କ ସ୍ୱାମୀ ତାଙ୍କ ଠାରୁ ୩୨ ବର୍ଷ ବଡ ଓ ତାଙ୍କ ବୟସ ୫୮ ।
ଚଳିତ ବର୍ଷ ଫେବୃୟାରୀରେ କ୍ରିଷ୍ଟିନା ଏକ ପୁସ୍ତକ ଲଞ୍ଚ କରିଥିଲେ ଯେଉଁଥିରେ ସେ ମେଗା ମମ୍ ହେବାର ଅନୁଭବ ସେୟାର କରିଥିଲେ ।

Get real time updates directly on you device, subscribe now.