fbpx

ମାତ୍ର ୧୬ ବର୍ଷ ବୟସରେ ମାଆ ଠାରୁ ଅଧିକ ବୃଦ୍ଧ ଦେଖାଯାଉଛି ଏହି ଝିଅ, ଜାଣନ୍ତୁ କାରଣ

Advertisement

ନୂଆଦିଲ୍ଲୀ: ଦୁନିଆରେ ଅନେକ ଅଜବ ଘଟଣାମାନ ଦେଖିବାକୁ ମିଳୁଛି । ଫିଲିଫିନ୍ସର ଏକ ମହିଳା ଦାବି କରିଛନ୍ତି ଯେ, ତାଙ୍କ ଝିଅ ୧୬ ବର୍ଷ ବୟସରେ ୫୦ ବର୍ଷୀୟ ଭଳି ଦେଖାଯାଉଛି । ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟରେ ପରିଣତ ହୋଇଛି । ଏପରି ଘଟିବା ପଛରେ କୌଣସି ଏକ ବିଶେଷ ରୋଗର କାରଣ ଅଟେ । ଏଥିରେ ତାଙ୍କ ଶରୀର ମଧ୍ୟ ନରମୀ ଯାଇଛି । ରାୟଞ୍ଜେଲ କୈଲାଗୋ ନାମକ ଜଣେ ଝିଅ ଯିଏ ଫିଲୀପିନ୍ସ ସାଲାସାଙ୍ଗ ଅରାକାମ ସହରରେ ବାସ କରନ୍ତି । ତାଙ୍କ ବୟସ ମାତ୍ର ୧୬ ବର୍ଷ ହେଲେ କୌଣସି କାରଣ ପାଇଁ ତାଙ୍କ ଚର୍ମ ଏବଂ ତ୍ୱଚା ୫୦ ବର୍ଷ ଭଳି ଲାଗୁଛି ।

ଝିଅର ମାଆ କହିଛନ୍ତି ଯେ, ତାଙ୍କ ଝିଅକୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ଚେହେରାରେ ନାଲି ଦାଗ ହୋଇଯାଇଥିଲା । ଏହି କାରଣରୁ ମଧ୍ୟ ତାଙ୍କ ଶରୀର କୁଣ୍ଡାଇ ହୁଏ । ପ୍ରଥମତଃ ତାଙ୍କୁ ଲାଗିଲା ଯେ, ତାଙ୍କ ଝିଅକୁ ଆଲାର୍ଜୀ ହୋଇଛି । ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଯାଞ୍ଚ କରିବା ଲାଗି ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଜଣାପଡିଥିଲା ଯେ, ତାଙ୍କୁ ଏକ ଦୁର୍ଲଭ ରୋଗ ହୋଇଛି ଯାହାର ନାମ ପ୍ରୋଗେରିୟା । ଏହି ରୋଗ ବଂଶଗତ ରୋଗ ଅଟେ, ହେଲେ ଏହି ରୋଗ ଛୋଟ ପିଲାଙ୍କ ଶରୀରରେ ବ୍ୟାପିବା ଏକ ଦୁର୍ଲଭ ଅଟେ । ଏହି ରୋଗ ହେଲେ ୨ ବର୍ଷ ମଧ୍ୟରେ ଜଣେ ଶିଶୁ ବୃଦ୍ଧ ପରି ଦେଖାଯିବ ।

ଝିଅର ମାଆ ଏକ ପ୍ରେସକୁ ନିଜର ବିବୃତ୍ତି ଦେଇ କହିଛନ୍ତି ଯେ, “ଆମେ ବହୁତ ଦୁଃଖି ଏବଂ ଚିନ୍ତିତ ଥିଲୁ । ଆମେ ଜାଣି ନଥିଲୁ ଯେ, ଆମକୁ କଣ କରିବାକୁ ପଡିବ । ଏହି ରୋଗ ଅରମ୍ଭ ହେବା ମାତ୍ରେ ଶରୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏଥିସହ ଝିଅ ଶରୀରର ବିକାଶ ମଧ୍ୟ ହୋଇନଥିଲା ଏବଂ ସେ ବର୍ତ୍ତମାନ ପିଠି ରୋଗରେ ପୀଡିତ ଅଛନ୍ତି । ଏପରି ପରିସ୍ଥିତିରେ ତାଙ୍କର ବାହାରକୁ ବାହାରିବା କଷ୍ଟକର ହୋଇପଡିଛି । ଏପରି ବାଳକମାନେ ଅଛନ୍ତି ଯେଉଁମାନେ ତାଙ୍କୁ ଚିଡାଉଛନ୍ତି ଏବଂ ଅନେକ ଅଛନ୍ତି ଯେଉଁମାନେ ତାଙ୍କ ସହ ହସ ଥଟ୍ଟା ମଜା କରୁଛନ୍ତି । ଜୋଏଲା କହିଛନ୍ତି ଯେ, ତାଙ୍କ ପାଇଁ ସବୁଠାରୁ କଷ୍ଟଦାୟକ ହେଉଛି ସେ ୩୭ ବର୍ଷ ବୟସରେ ମଧ୍ୟ ତାଙ୍କ ଝିଅ ଠାରୁ ଛୋଟ ଦେଖାଯାଉଛନ୍ତି ଏବଂ ଏହି କଥା ତାଙ୍କ ସାଙ୍ଗମାନେ ତାଙ୍କୁ କହୁଛନ୍ତି ।

Get real time updates directly on you device, subscribe now.