ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍, 20ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍ । 20ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ ।

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ IT ରେଡ୍ । 20ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ । ଆୟକର ଫାଙ୍କିବା ଅଭିଯୋଗରେ ଚଢାଉ ହୋଇଥିବା କୁହାଯାଉଛି । ତେବେ ସମ୍ବଲପୁର, ଝାରସୁଗୁଡ଼ା, ଭୁବନେଶ୍ବର ସ୍ଥିତ ଘରେ IT ରେଡ୍ କରିଛି । ଭୋର 5 ଟାରୁ ଚଢାଉ କରୁଛି ଆୟକର ବିଭାଗ । 3ଟି ଅଫିସ ବନ୍ଦ ରହିଥିବା ବେଳେ ତାହା ପରେ ଚଢାଉ କରାଯିବ । ଦୀପାଳି ପୁରୀରୁ ଫେରିଲେ ଅଫିସରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି ।

ଗତ କିଛି ମାସ ତଳେ ନବ ଦାସଙ୍କ ଭାଇଙ୍କ ଘରେ ଓ ଅଫିସରେ ଆଇଟି ରେଡ ହୋଇଥିଲା । ଓଡ଼ିଶା ରାଜନୀତିରେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ନବ ଦାସ । ପ୍ରଭାବଶାଳୀ ନେତା ଭବେ ପଶ୍ଚିମଓଡ଼ିଶାରେ ସେ ବେଶ ଜଣାଶୁଣା ଥିଲେ । ନବ ଦାସଙ୍କ ଦେହାନ୍ତ ପରେ ଦୀପାଳୀ ଦାସ ତାଙ୍କ ସ୍ଥାନ ନେଇଥିଲେ ।