fbpx

ଆସନ୍ତାକାଲିଠାରୁ ପୁଣି ବର୍ଷିବ ; ଏହି ରାଜ୍ୟଗୁଡିକ ପାଇଁ ସତର୍କ ସୂଚନା, ବର୍ଷା ସହ କୁଆପଥର ମାଡ

Advertisement

ନୂଆଦିଲ୍ଲୀ : ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରୀ ଫେବୃଆରୀ ମାସରୁ ତାତି ଅସହ୍ୟ ହେଲା । ଖରାର ପ୍ରକୋପ ଲୋକମାନେ ସହି ପାରିଲେ ନାହିଁ । ପୂର୍ବାନୁମାନ କରାଗଲା ଯେ, ଚଳିତ ବର୍ଷ ଉତ୍ତାପ ଏହାର ସମସ୍ତ ରେକର୍ଡ ଭାଙ୍ଗିବ। ତେବେ ମାର୍ଚ୍ଚ ଶେଷ ସୁଦ୍ଧା ପାଗରେ ହଠାତ୍ ପରିବର୍ତ୍ତନ ଆସିଲା । ସପ୍ତାହର ଆରମ୍ଭରୁ ଦେଶର ଅନେକ ସ୍ଥାନରେ ବର୍ଷା ସହ ମେଘୁଆ ପାଗ ଲାଗିରହିଛି । ପାଗର ଏହି ପରିବର୍ତ୍ତିତ ଧାରା ଲୋକଙ୍କ ଚିନ୍ତା ବଢାଇ ଦେଇଛି । ସବୁଠାରୁ ଅସୁବିଧାର ସାମ୍ନା କରୁଛନ୍ତି କୃଷକ । ତେବେ ଏତିକିରେ ସରିନି ବର୍ଷାର ପ୍ରକୋପ ବା ପଶ୍ଚିମମାଡ । ଆସନ୍ତାକାଲି ଠାରୁ ପୁଣି ପଶ୍ଚିମମାଡ ପ୍ରଭାବରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁୁ ସୂଚନା ମିଳିଛି ।
ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୩ ରୁ ୨୫ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହେବ ବୋଲି କେନ୍ଦ୍ର ପାଣିପାଗ ବିଭାଗ (ଆଇଏମଡି) କହିଛି। ଏହି ସମୟରେ କୁଆପଥର ମାଡ ହେବାର ମଧ୍ୟ ସମ୍ଭାବନା ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଚଳିତ ବର୍ଷ ମୈସୁମୀ ପୂର୍ବରୁ ବର୍ଷା ଆରମ୍ଭ ହୋଇଥିଲା, ଯାହା ପୂର୍ବାନୁମାନ କରାଯାଇ ନଥିଲା।
ଆଇଏମଡି ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗ, ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ତାମିଲନାଡୁ, ଆସାମ ଏବଂ ମେଘାଳୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ, ବାଲ୍ଟିସ୍ତାନ, ମୁଜାଫରବାଦ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଓଡ଼ିଶାରେ କୁଆପଥର ମାଡ ହୋଇଛି। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର ଏବଂ ଉତ୍ତର-ପୂର୍ବ ରାଜ୍ୟରେ ସର୍ବାଧିକ ତାପମାତ୍ରା ୨୨-୨୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା।
ମାର୍ଚ୍ଚ ୨୩ ରୁ ଉତ୍ତର-ପଶ୍ଚିମ ଅଞ୍ଚଳରେ ପୁଣି ବର୍ଷା ଆରମ୍ଭ ହୋଇପାରେ । ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୨୩ ରେ ପଞ୍ଜାବ, ହରିୟାଣା, ପଶ୍ଚିମ ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.