fbpx

କୋଭିଡ୍ କ୍ଷତିର ଭରଣା ପାଇଁ ଲାଗିବ ୧୫ ବର୍ଷ: ଆର୍‌ବିଆଇ ରିପୋର୍ଟ

Advertisement

ନୂଆଦିଲ୍ଲୀ: କୋଭିଡ୍ କାରଣରୁ ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି । ଭାରତୀୟ ଅର୍ଥନୀତି ମଧ୍ୟ ସମାନ କାରଣରୁ ଗଭୀର ଭାବରେ ପ୍ରଭାବିତ । ତେବେ କୋଭିଡ୍ କାରଣରୁ ହୋଇଥିବା କ୍ଷତିର ଭରଣ ପାଇଁ ୧୫ ବର୍ଷ ସମୟ ଲାଗିବ ବୋଲି ଆର୍‌ବିଆଇ ପକ୍ଷରୁ ଏହାର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି ।

ଚଳିତ ଆର୍ଥିକ ବର୍ଷ ପାଇଁ ଆର୍‌ବିଆଇ ପକ୍ଷରୁ ପ୍ରସ୍ତୁତ ଅର୍ଥନୈତିକ ରିପୋର୍ଟରେ ଏହି ଆକଳନ କରାଯାଇଛି । କରେନ୍ସି ଓ ଫାଇନାନ୍ସରେ ଆର୍‌ବିଆଇ ପକ୍ଷରୁ ଏହା କୁହାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାରକୁ ଋଣାତ୍ମକ ୬.୬ ରଖିଛି ଆର୍‌ବିଆଇ । ସେହିପରି ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ହାର ୮.୯ ରହିଥିବା ବେଳ ୨୦୨୨-୨୩ ପାଇଁ ଏହା ୭.୨ ରହିବ ।

ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ କୋଭିଡ୍ ସମୟରେ ହୋଇଥିବା ଅର୍ଥନୈତକ କ୍ଷତିର ଭରଣା କରିବାକୁ ୨୦୩୪-୩୫ ପର୍ଯ୍ୟନ୍ତ ସମୟ ଲାଗିବ । ଆର୍‌ବିଆଇର ଅର୍ଥନୀତି ଏବଂ ନିୟାମକ ପ୍ରଣୟନ ଟିମ୍ ପକ୍ଷରୁ ରିସର୍ଚ୍ଚ କରାଯାଇ ଏହି ତଥ୍ୟ ପ୍ରକାଶ କରାଯାଇଛି ।

ଚଳିତ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ରହିବା ନେଇ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ଆକଳନ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ୬.୯ ପ୍ରତିଶତକୁ ହ୍ରାସ କରାଯାଇଥିଲା । ଆର୍‌ବିଆଇର ମନିଟାରୀ ପଲିସି ବୈଠକରେ ୨୦୨୨-୨୩ ବର୍ଷ ପାଇଁ ସମାନ ୬.୯ ଆର୍ଥିକ ଅଭିବୃଦ୍ଧିର ଆକଳନ କରାଯାଇଥିବା ବେଳେ ପରବର୍ତ୍ତୀ ଆର୍ôଥକ ବର୍ଷରେ ୬.୩ ପ୍ରତିଶତର ଅଭିବୃଦ୍ଧି ଆକଳନ କରାଯାଇଥିଲା । ଏକାଧିକ ସ୍ୱାୟତ୍ତ ସଂସ୍ଥା ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଅନୁସାରେ ଭାରତୀୟ ଘରୋଇ ଅଭିବୃଦ୍ଧି ହାର ୬ ପ୍ରତିଶତର ନିକଟତର ରହିବ । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ କୋଭିଡ୍ କାରଣରୁ ୨୦୨୧ରେ ୧୯.୧ ଲକ୍ଷ କୋଟିର କ୍ଷତି ହୋଇଥିଲା ।

ସେହିପରି ୨୦୨୨ରେ ଏହା ୧୭.୧ ଲକ୍ଷ କୋଟି ଏବଂ ୨୦୨୩ରେ ଏହା ୧୬.୪ ଲକ୍ଷ କୋଟି ରହିବା ନେଇ ଆକଳନ କରିଛି ଆର୍‌ବିଆଇ । ୨୦୨୨ ପାଇଁ ଭାରତର ଜିଡିପି ୧୪୭.୫୪ ଲକ୍ଷ କୋଟି ଟଙ୍କା ରହିଛି । ଏପରି ପରସ୍ଥିତି ଏଣ୍ଟ୍ରପ୍ରେନ୍ୟୁର ମାନଙ୍କ ପାଇଁ ବ୍ୟବସାୟ ଆରମ୍ଭ କରିବାର ସବୁଠାରୁ ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

Get real time updates directly on you device, subscribe now.