fbpx

ସଂସଦରେ ତର୍କବିତର୍କ ଚାଲିଥିବା ବେଳେ ପ୍ରେମିକାକୁ ଅର୍ଥମନ୍ତ୍ରୀ କହିଲେ- ‘ବିବାହ କରିବ?’

ଆମ ସଂସଦ ଭବନରେ ତର୍କବିତର୍କ ଚାଲିଥିବା ବେଳେ ଅଧିକାଂଶ ସାଂସଦ ଶୋଇବାକୁ ଭଲ ପାଆନ୍ତି ତ କେତେକ ମୋବାଇଲରେ ଖେଳନ୍ତି । କିନ୍ତୁ ଇଟାଲି ସଂସଦରେ ଜଣେ ସାଂସଦ ଓ ଅର୍ଥମନ୍ତ୍ରୀ କିଛି ଏପରି କଲେ, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସଂସଦରେ ଭୂକମ୍ପ ଉପରେ ନିଜର ଭାଷଣ ଦେଉଥିବା ବେଳେ ଭାବୁକ ହୋଇପଡିଥିଲେ ଅର୍ଥମନ୍ତ୍ରୀ । ଏହି ଅବସରରେ ସେ ନିଜ ପ୍ରେମିକାଙ୍କୁ ରିଙ୍ଗ୍ ଦେଇ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

ଖବର ମୁତାବକ, ଇଟାଲିର ଅର୍ଥମନ୍ତ୍ରୀ ଫ୍ଲାଭିଓ ଡି ମୁରୋ ଦେଶର ଅଲଗା ଅଲଗା ସ୍ଥାନରେ ହେଉଥିବା ଭୂକମ୍ପକୁ ନେଇ ସରକାରଙ୍କ କାମ ଉପରେ ସୂଚନା ଦେଉଥିଲେ । ଅର୍ଥମନ୍ତ୍ରୀଙ୍କ ସୂଚନାକୁ ନେଇ ଗୃହରେ ତର୍କବିତର୍କ ଚାଲିଥିଲା । ଏହି ଅବସରରେ ମୁରୋ ନିଜ ପ୍ରେମିକାଙ୍କୁ ରିଙ୍ଗ ଦେଇ କହିଥିଲେ- ଏଲିନା ମୋତେ ବିବାହ କରିବ କି ? ଏହି କଥା ଶୁଣି ସେଠାରେ ଉପସ୍ଥିତ କେତେକ ସାଂସଦ ତାଳି ମାରିବା ସହ କେତେକ ମୁରୋଙ୍କୁ ଆଲିଙ୍ଗନ କରିଥିଲେ ।

ଅନ୍ୟପଟେ ମୁରୋଙ୍କ ପ୍ରସ୍ତାବରେ ପ୍ରେମିକା ତଥା ସାଂସଦ ଏଲିନା ମଧ୍ୟ ଖୁସି ହେବା ସହ ବିବାହ ପାଇଁ ହଁ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.