fbpx

୪୫ଜଣ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

କର୍ଣ୍ଣାଟକ, ୪ା୧୨: କର୍ଣ୍ଣାଟକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ନିର୍ଯାତିତ ହେଉଥିବା ୪୫ଜଣ ଓଡ଼ିଆ ଦାଦନ ଶ୍ରମିକ ଆଜି ଉଦ୍ଧାର ହୋଇଛନ୍ତି । ସେହି ୪୫ଜଣ ଶ୍ରମିକଙ୍କୁ ସାନଖେମୁଣ୍ଡିର ଠିକାଦାର ଅଜୟ ସାମଲ କାମ କରେଇବାକୁ ନେଇଥିଲା । ପରେ ୩ମାସ ଯାଏଁ ଦରମା ନଦେଇ କାମ କରାଉଥିଲା । ଏହାପରେ ପୋଲିସ ସହାୟତାରେ ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ସେମାନଙ୍କୁ ଉଦ୍ଧାର କରିଥିଲା । ସେ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି । କର୍ଣ୍ଣାଟକରୁ ଉଦ୍ଧାର ଶ୍ରମିକମାନେ ୫ଟି ବ୍ଲକର ବାସିନ୍ଦା ବୋଲି ଜଣାପଡ଼ିଛି । ୫ଟି ବ୍ଲକଗୁଡ଼ିକ ହେଉଛି ଦିଗପହଣ୍ଡି, ସାନଖେମୁଣ୍ଡି, ଆସିକା, ସେରଗଡ଼ ଓ ହିଞ୍ଜିଳି ।

Get real time updates directly on you device, subscribe now.