fbpx
BSKY
BJD SHG SKY
BJD YOUTH SKY

(Video) ଦୁର୍ଘଟଣାକୁ ଦୁଇ ଦିନ ବିତିଲାଣି ହେଲେ ଆସିଲେନି ଯାତ୍ରା ପାର୍ଟି ମାଲିକ: ସହାୟତା କଲେ ଆଇଟମ୍‌ ଡ୍ୟାନ୍ସର ରାନୀ ପଣ୍ଡା

ଓଡିଶା ଭାସ୍କର: ଯାତ୍ରା ଧଉଳୀ ଗଣନାଟ୍ୟର ଟ୍ରକ ଦୁର୍ଘଟଣାକୁ ଆଜି ଦୁଇ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଆହତ ଟେକ୍ନିସିଆନ୍‌ଙ୍କୁ ଭେଟି ନାହାନ୍ତି ଯାତ୍ରା ପାର୍ଟି ମାଲିକ। ଯାହାକୁ ନେଇ ଆଜି ଏପରି ଅଭିଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି ଆହତ ଯାତ୍ରା ଟେକ୍ନିସିଆନ୍‌। ମାତ୍ର ଅନ୍ୟପକ୍ଷରେ ଯାତ୍ରା ଅଭିନେତ୍ରୀ ତଥା ଆଇଟମ୍‌ ଡ୍ୟାନ୍ସର ରାନୀ ପଣ୍ଡା ମେଡ଼ିକାଲ୍‌ରେ ଆହତ ଟେକ୍ନିସିଆନ୍‌ଙ୍କୁ ଭେଟିଛନ୍ତି। ଗତକାଲି ଏହି ଦୁର୍ଘଟଣାର ଖବର ପାଇ ଅଭିନେତ୍ରୀ ରାନୀ ପଣ୍ଡା ଭାଙ୍ଗି ପଡ଼ିଥିଲେ। ଆଉ ଆଜି ସେ ମେଡ଼ିକାଲ୍‌ରେ ପହଞ୍ଚି ଥିଲେ। ଆହତଙ୍କ ସହିତ ଆଲୋଚନା କରି ମେଡ଼ିକାଲ୍‌ରେ ଚାଲିଥିବା ଚିକିତ୍ସା ସେବା ସମ୍ପର୍କରେ ପଚାରି ବୁଝିଛନ୍ତି।

ସୂଚନା ଅନୁଯାୟୀ, ଅଭିନେତ୍ରୀ ରାନୀ ପଣ୍ଡା ଆହତଙ୍କୁ ୫ ହଜାର ଓ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ମଧ୍ୟ ଦେଇଛନ୍ତି। ଏହାଛଡା ମୃତଦେହ ଘରକୁ ପଠାଇବା ପାଇଁ ରାନୀ ବନ୍ଦୋବସ୍ତ କରୁଥିବା କୁହାଯାଉଛି।

ସୂଚନା ଥାଉକି, ଗତକାଲି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରୀପୋଷି ନିକଟ ଦ୍ୱାରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ଭାରସାମ୍ୟ ହରାଇ ଯାତ୍ରା ଧଉଳୀ ଗଣନାଟ୍ୟର ଏକ ଟ୍ରକ ଘାଟି ତଳକୁ ଖସି ପଡିଥିଲା । ଟ୍ରକରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ପରେ ସମସ୍ତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ବାରିପଦାରେ ୮ ଜଣଙ୍କ ଚିକିତ୍ସା ଚାଲିଛି।

Get real time updates directly on you device, subscribe now.