fbpx

ଗଣତନ୍ତ୍ର ଦିବସ ପୂର୍ବରୁ ବଡ଼ ଆକ୍ରମଣର ପ୍ଲାନ… ଆତଙ୍କବାଦୀର ବମ୍ ନଷ୍ଟ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଆସନ୍ତାକାଲି ସାରା ଭାରତ ପାଳିବ ଦେଶର ୭୫ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଦେଶରେ ପ୍ରସ୍ତୁତି ଜାରି ରହିଥିବା ବେଳେ ଆତଙ୍କବାଦୀ ସଂଗଠନ ଏକ ବଡ଼ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି । ତେଣୁ ଭାରତୀୟ ସେନାକୁ ଟାର୍ଗେଟ କରି ପୁଲୱାମାର ବିଭିନ୍ନ ଅଞ୍ଚଳରେ ଆଇଡି ବୋମା ଖଞ୍ଜିଥିବା ଜଣାଯାଇଛି । ଗଣତନ୍ତ୍ର ଦିବସ ପୂର୍ବରୁ ପୁଣିଥରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲା ଆତଙ୍କବାଦୀ ଗୋଷ୍ଠୀ । ତେବେ ଭାରତୀୟ ସେନା ଆଗରେ ବାରମ୍ବାର ଫେଲ ମାରିଛି ଆତଙ୍କବାଦୀର ଏହି ପ୍ଲାନ । ଖଞ୍ଜା ଯାଇଥିବା ଆଇଡି ବୋମାକୁ ଖୋଜି ଖୋଜି ନଷ୍ଟ କରି ଦେଇଛି ଇଣ୍ଡିଆନ୍ ଆର୍ମି ।

ଗଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରର ପୁଲୱାମା ସେକ୍ଟରରେ ବଡ଼ ସଫଳତା ହାସଲ କରିଛି ଭାରତୀୟ ସେନା । ଏହି ଅଞ୍ଚଳରୁ ଆଇଡି ବୋମା ଜବତ କରିବା ସହ ଏହାକୁ ନଷ୍ଟ କରିବାରେ ସଫଳ ହୋଇଛି ଇଣ୍ଡିଆନ୍ ଆର୍ମି । ଆତଙ୍କବାଦୀ ଗୋଷ୍ଠୀ ଭାରତୀୟ ସେନାକୁ ଟାର୍ଗେଟ କରି ଏଭଳି ପ୍ଲାନ କରିଥିବା ଆଶଙ୍କା କରାଯାଉଛି । କିନ୍ତୁ ସୁରକ୍ଷାବାହିନୀର ଉପସ୍ଥିତ ବୁଦ୍ଧି ଏବଂ ସାହସିକତା ଯୋଗୁଁ ଏହି ଚେଷ୍ଟା ବିଫଳ ହୋଇଛି । ତେବେ ଏହାପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ଭାରତୀୟ ସେନା ।

ଏହାପୂର୍ବରୁ ଜାନୁଆରୀ ୧୨ ରେ ଜାମ୍ମୁ କାଶ୍ମୀରର ପୁଂଛ ସେକ୍ଟରରେ ଏକ ଭାରତୀୟ ସେନା ଗାଡି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲା। ଆତଙ୍କବାଦୀମାନେ ପୁଞ୍ଚର ଖାନେଟର ଅଞ୍ଚଳରେ ସେନା ଗାଡି ଉପରେ ଆକ୍ରମଣ କରିଥିଲେ। ଏହା ପରେ ଯବାନମାନେ ଆତଙ୍କୀମାନଙ୍କ ଠାରୁ ଏହି ଆକ୍ରମଣର ପ୍ରତିଶୋଧ ନେଇଛନ୍ତି। ଏହାପୂର୍ବରୁ ରାଜୌରୀର ଡେରା ରାସ୍ତାରେ ଦୁଇଟି ସାମରିକ ଯାନ ଉପରେ ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିଲେ।

Get real time updates directly on you device, subscribe now.