fbpx

ଖୋଲା କାର୍ ରେ ସିଂହକୁ ବୁଲାଇବା ପଡ଼ିଲା ମହଙ୍ଗା; ଗିରଫ ହେଲେ ମହିଳା

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଏକ ପୋଷା ସିଂହକୁ କାର୍ ରେ ବୁଲାଇବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ବେଣ୍ଟଲେର ଏକ ସିଂହ ବେକରେ ଏକ ପଟ୍ଟା ବାନ୍ଧି ସିଟ୍ ରେ ବସିଛି ।

ଯଦିଓ ଥାଇଲାଣ୍ଡରେ ସିଂହ ପାଳନ ବେଆଇନ ନୁହେଁ, କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବେ ପଞ୍ଜୀକରଣ କରିବାକୁ ପଡ଼ିବ । ବାସ୍ତବରେ ଜଣେ ଶ୍ରୀଲଙ୍କା ବ୍ୟକ୍ତି କାର୍ ରେ ସିଂହକୁ ଧରି ବୁଲାଉ ଥିଲେ। ହେଲେ ସେହି ବ୍ୟକ୍ତି ଜଣକ ବର୍ତ୍ତମାନ ଦେଶ ଛାଡ଼ି ଚାଲିଯାଇଛନ୍ତି । ପରେ ପୋଲିସ ତାଙ୍କ ବନ୍ଧୁ ସ୍ୱାଙ୍ଗଜିତ ଓ କୋସୋଙ୍ଗନାରନଙ୍କୁ ଗିରଫ କରିଛି। ସେପଟେ ଏନେଇ ପୋଲିସ ଅଧିକାରୀମାନେ କହିଛନ୍ତି ଯେ ୨୨୪ଟି ସିଂହ ଆଇନଗତ ଭାବେ ଥାଇଲାଣ୍ଡରେ ରଖାଯାଇଛି ।

Get real time updates directly on you device, subscribe now.