fbpx
BSKY
BJD MC SKY
BJD YOUTH SKY

ଜାଣନ୍ତୁ ଚଳିତବର୍ଷ କେବେ ପଡୁଛି ପ୍ରଥମ ଚନ୍ଦ୍ରଗ୍ରହଣ, ଭାରତରେ ଏହା ଦୃଶ୍ୟମାନ ହେବ କି ନା

ଓଡ଼ିଶା ଭାସ୍କର: ଚଳିତ ବର୍ଷ ହୋଲିରେ ପଡୁଛି ଚନ୍ଦ୍ରଗ୍ରହଣ । ଏପରି ସ୍ଥିତିରେ ଜାଣନ୍ତୁ ଏହି ଗ୍ରହଣର ପର୍ବ ଉପରେ କ’ଣ ପ୍ରଭାବ ପଡିବ ଓ ଏହା ଆମ ଦେଶରେ ପାଳନ ହେବ କି ନାହିଁ । ଏହାସହିତ ଜାଣନ୍ତୁ କେଉଁ ରାଶି ଲାଗି ଏହି ଗ୍ରହଣ ଶୁଭ ରହିବ ଆଉ କେଉଁ ରାଶି ଲାଗି ଅଶୁଭ ।

ବର୍ଷ ୨୦୨୪ର ପ୍ରଥମ ଚନ୍ଦ୍ରଗ୍ରହଣ ୨୫ ମାର୍ଚ୍ଚ ୨୦୨୪ରେ ଲାଗିବାକୁ ଯାଉଛି । ଏହିଦିନ ସାରା ଦେଶରେ ହୋଲି ପର୍ବ ବି ପାଳନ କରାଯିବ । ହିନ୍ଦୁ ଧର୍ମରେ ଗ୍ରହଣକୁ ଶୁଭ ମନେ କରାଯାଏ ନାହିଁ । ଗ୍ରହଣରେ କରାଯାଉଥିବା କୌଣସି ବି କାର୍ଯ୍ୟ ଶୁଭ ମନେ କରାଯାଏ ନାହିଁ । କୁହାଯାଏ ଗ୍ରହଣ ସମୟରେ ନକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ଯାହାର ପ୍ରଭାବ ପୁରା ବ୍ରହ୍ମାଣ୍ଡ ଉପରେ ପଡିଥାଏ । ଚଳିତ ଥର ହୋଲି ଗ୍ରହଣ କାଳରେ ହିଁ ପାଳନ କରାଯିବ । ଏହି କ୍ରମରେ ଆସନ୍ତୁ ଜାଣିବା ହୋଲି ଦିନ ଚନ୍ଦ୍ରଗ୍ରହଣ କେଉଁ ସମୟରେ ଲାଗିବ ଓ ଏହାର ପ୍ରଭାବ କ’ଣ ରହିବ ।

ଚଳିତ ବର୍ଷ ୨୫ ମାର୍ଚ୍ଚ ୨୦୨୪ ତାରିଖ ସକାଳ ୧୦ଟା ୨୩ ମିନିଟ୍‌ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହେଉଛି ଓ ଏହା ୨୫ ମାର୍ଚ୍ଚ ଦ୍ୱିପ୍ରହର ୩ଘ. ୨ମିନିଟ୍ ପର୍ଯ୍ୟନ୍ତ ରହିବ । କିନ୍ତୁ ବର୍ଷର ଏହି ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ । ଫଳରେ ଏହା ଭାରତରେ ମାନ୍ୟ ବି ହେବ ନାହିଁ । ତେଣୁ ହୋଲି ପର୍ବ ଉପରେ ଏହାର ପ୍ରଭାବ ପଡିବ ନାହିଁ । ତେଣୁ ଚନ୍ଦ୍ରଗ୍ରହଣ ସତ୍ତ୍ୱେ ବି ଆପଣ ଏହିଦିନ ରୀତିନୀତିର ସହ ହୋଲି ପାଳନ କରିପାରିବେ ।

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏହି ରାଶିମାନଙ୍କ ଲାଗି ରହିବ ଶୁଭ । ମିଥୁନ, ସିଂହ, କନ୍ୟା, ବିଛା, ଧନୁ ଓ ମକର ରାଶି ଲାଗି ଏହି ଚନ୍ଦ୍ରଗ୍ରହଣ ଶୁଭ ପରିଣାମ ଦେବ । ଏହି ରାଶିର ଲୋକଙ୍‌କୁ ଚନ୍ଦ୍ର ଗ୍ରହଣର ବିଶେଷ ଫଳ ମିଳିବ ।

ତେବେ ବର୍ଷର ଏହି ପ୍ରଥମ ଚନ୍ଦ୍ରଗ୍ରହଣ ୟୁରୋପ, ଜାପାନ, ଉତ୍ତରପୂର୍ବ ଏସିଆ, ଫ୍ରାନ୍ସ, ହଲାଣ୍ଡ, ସ୍ୱିଜରଲ୍ୟାଣ୍ଡ, ବେଲଜିୟମ, ଆର‌୍ୟଲ୍ୟାଣ୍ଡ, ସ୍ପେନ୍‌, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ ଆଦି ଦେଶରେ ଦୃଶ୍ୟମାନ ହେବ ।

Get real time updates directly on you device, subscribe now.