fbpx

LIVE: ଦେଶବାସୀଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ରାତି ପାହିଲେ ଗଣତନ୍ତ୍ର ଦିବସ । ଏଥର ଭାରତ ତାହାର ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ଯାହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ ପ୍ରସ୍ତୁତି ସରିଲାଣି। ତେବେ ଏହି ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ପାଇଁ ଅଭିନନନ୍ଦନ ଜଣାଇ କହିଛନ୍ତି ଯେ, ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନର ସମୟ । ଗଣତନ୍ତ୍ର ଦିବସ ଆମର ମୌଳିକ ମୂଲ୍ୟବୋଧ ଏବଂ ନୀତିକୁ ମନେ ପକାଇବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଏହା ସହ ସେ କହିଛନ୍ତି ଯେ, ବିକଶିତ ଦେଶ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦାୟିତ୍ୱ ରହିଛି। ମହାମହିମ ଆହୁରି ମଧ୍ୟ କହିଛନ୍ତି, ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନରେ ନିର୍ମିତ ଭବ୍ୟ ମନ୍ଦିରରେ ସ୍ଥାପିତ ମୂର୍ତ୍ତିର ଐତିହାସିକ ପ୍ରାଣ ପ୍ରତିଷ୍ଠା ସମାରୋହ ଆମେ ସମସ୍ତେ ଦେଖିଥିଲୁ । ଉଚିତ ନ୍ୟାୟିକ ପ୍ରକ୍ରିୟାରେ ଏହା ସମ୍ଭବ ହୋଇପାରିଛି । ଏହା ଫଳରେ ନ୍ୟାୟିକ ପ୍ରକ୍ରିୟା ଉପରେ ଆମର ବିଶ୍ୱାସ ପ୍ରମାଣିତ ହୋଇଛି ।

ତେବେ ‘ନାରୀ ଶକ୍ତି ବନ୍ଦନ ଆଇନ’ ମହିଳା ସଶକ୍ତୀକରଣର ଏକ ବୈପ୍ଳବିକ ମାଧ୍ୟମ ସାବ୍ୟସ୍ତ ହେବ ବୋଲି ମହାମହିମ କହିଛନ୍ତି। ସେ କହିଛନ୍ତି ଯେ ଅକ୍ଷୟ ଶକ୍ତି ଉତ୍ସକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱ ଜଳବାୟୁ କାର୍ଯ୍ୟକୁ ନେତୃତ୍ୱ ପ୍ରଦାନ କରିବାଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ସେହିପରି ମହାମହିମ ରାଷ୍ଟ୍ରପତି ଆଜି ଚନ୍ଦ୍ରଜାନ-୩ ସଫଳତା କଥା ମଧ୍ୟ ବଖାଣିଛନ୍ତି । ଲାଇଭ ଜରିଆରେ ଶୁଣନ୍ତୁ, ମହାମହିମ କଣ କହୁଛନ୍ତି…

 

 

 

Get real time updates directly on you device, subscribe now.